Latest Odisha News

BREAKING NEWS

ଯଶୋବନ୍ତପୁର ଓ ହାଓ୍ବଡା ମଧ୍ୟରେ ଗଡିବ ସ୍ପେଶାଲ୍ ଟ୍ରେନ, ଓଡ଼ିଶାର ଏହି ସ୍ଥାନରେ ରହଣି…

ନୂଆଦିଲ୍ଲୀ: ଯଶୋବନ୍ତପୁର ଓ ହାଓ୍ବଡା ମଧ୍ୟରେ ଏପ୍ରିଲ ୨୨ରୁ ଜୁନ୍ ୨୯ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି।

୦୬୫୯୭ ଯଶୋବନ୍ତପୁର-ହାଓ୍ବଡ଼ା ବିଶେଷ ଟ୍ରେନ ଯଶୋବନ୍ତପୁର ଠାରୁ ଏପ୍ରିଲ୍ ୨୨ରୁ ୨୪ ଜୁନ୍ ୨୦୨୧ ମଧ୍ୟରେ ପ୍ରତ୍ୟେକ ଗୁରୁବାର ପୂର୍ବାହ୍ନ ୯ଘ.୫୫ମି.ରେ ଛାଡି ହାଓ୍ବଡ଼ା ଠାରେ ତା’ପରଦିନ ସନ୍ଧ୍ୟା ୬ଘ.୩୦ମି.ରେ ପହଞ୍ଚିବ।

ଫେରିବା ପଥରେ ୦୬୫୯୮ ହାଓ୍ବଡ଼ା-ଯଶୋବନ୍ତପୁର ବିଶେଷ ଟ୍ରେନ ହାଓ୍ବଡ଼ା ଠାରୁ ୨୭ ଏପ୍ରିଲରୁ ୨୯ ଜୁନ୍ ୨୦୨୧ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡି ଯଶୋବନ୍ତପୁର ଠାରେ ତା’ପରଦିନ ରାତ୍ର ୮ଘ.୪୦ମି.ରେ ପହଞ୍ଚିବ।

ଏହି ଟ୍ରେନରେ ୧୦ଟି ଏସି-୩ ଟାୟାର, ୦୬ଟି ଏସି-୨ ଟାୟାର, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ଯଶୋବନ୍ତପୁର ଓ ହାଓ୍ବଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ, ବିଶାଖାପାଟନମ୍ ଏବଂ ଦୁଭାଡା ଷ୍ଟେସନ ଠାରେ ରହଣି କରିବ।

Leave A Reply

Your email address will not be published.