ସମ୍ବଲପୁର: ସମ୍ବଲପୁରରେ ଏନ୍କାଉଣ୍ଟର । ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍ଡି ସାମଦକୁ ଏନକାଉଣ୍ଟର କଲା ପୋଲିସ । ସାମଦ ତାର ଭାଇ ଏମଡି ଓ୍ବାସିମ ଜଣଙ୍କୁ ଛୁରାମାଡ କରି ହତ୍ୟା କରିଥିଲେ । ପୋଲିସ ଉଭୟଙ୍କୁ ଧରିବାକୁ ଯାଇଥିବାବେଳେ, ସେମାନେ ପୋଲିସ ଉପରକୁ ଗୁଳିଚଳାଇଥିଲେ ।
ଏହାପରେ ପୋଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ଅପରାଧୀ ଏମଡି ସାମଦ ଆହତ ହୋଇଛି ତାର ବାମ ଗୋଡରେ ଗୁଳି ବାଜିଛି । ହେଲେ ତାର ଭାଇ ଏମଡି ଓ୍ବାସିମ ଫେରାର ଅଛି । ଗୁରୁତର ଅଭିଯୁକ୍ତକୁ ଚିକିତ୍ସା ପାଇଁ ଭିମ୍ସାରରେ ଭର୍ତ୍ତି କରାଯାଇଛି ।
ଘଟଣାସ୍ଥଳରୁ ପୋଲିସ ୭.୬ ଏମଏମ ଗୋଟିଏ ପିସ୍ତଲ ସହ ଗୋଟିଏ ବାଇକ ଜବତ କରିଛି । ଅନ୍ୟପଟେ ଫେରାର ଥିବା ଏମଡି ସାମଦର ଭାଇ ଏମଡି ଓ୍ବାସିମକୁ ଧରିବାକୁ ଜୋରଦାର ଚେଷ୍ଟା ଚଲାଇଛି ପୋଲିସ ।
Comments are closed.