Latest Odisha News

BREAKING NEWS

ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଆଜି ସକାଳୁ ସକାଳୁ ଏନକାଉଣ୍ଟର ହୋଇଛି। ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ଏନକାଉଣ୍ଟର ହୋଇଛି। ଭୋର୍‌ରେ ଲୁଟ୍ ଉଦ୍ୟମ ବେଳେ ପୋଲିସ ଏନକାଉଣ୍ଟର କରିଛି।

ଅର୍ଜୁନର ବାମ ପଟ ଆଣ୍ଠୁରେ ବାଜିଛି ଗୁଳି। ସୂଚନା ଅନୁସାରେ ସିରିଜ୍ ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ। ପାହାଳ ଥାନା ଅଞ୍ଚଳରେ ଏକ୍ ଆପାର୍ଟମେଣ୍ଟ ନିକଟରେ ହୋଇଛି ଏନ୍‌କାଉଣ୍ଟର। ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଅନାରେ ତାର ଗ୍ରୁପ ଆପାର୍ଟମେଣ୍ଟ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଦେଖି ଦେଇଥିଲା।

ପୋଲିସକୁ ଦେଖି ଅର୍ଜୁନ ସହ ତାଙ୍କ ଗ୍ରୁପ ଫେରାର୍ ହେବା ପାଇଁ ବସିଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇଥିଲା। ସେହି ସମୟରେ ବାଲିଅନ୍ତା କେନାଲ ବନ୍ଧ ଉପରେ ଅର୍ଜୁନ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ପୋଲିସ ପାଲଟା ଗୁଳି ଚଳାଇବା ବେଳେ ଅର୍ଜୁନର ଗୋଡ଼ରେ ଗୁଳି ବାଜିଥିଲା। ଫଳରେ ଘଟଣାସ୍ଥଳରେ ଅର୍ଜୁନ ଆହତ ହୋଇ ପଡିଯାଇଥିବା ବେଳେ ଅନ୍ୟ ୪ ଜଣ ଲୁଟେରା ଫେରାର୍ ହୋଇଯାଇଥିଲେ।

ଅର୍ଜୁନକୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ମଧ୍ୟପ୍ରଦେଶରୁ ଆସି ରାଜଧାନୀରେ ଚଳାଇଥିଲା ଲୁଟପାଟ୍। ଅର୍ଜୁନ ସହ ଡକାୟତି ଗ୍ୟାଙ୍ଗରେ ମୋଟ ୫ ଜଣ ଥିଲେ। ପୋଲିସର ଏନେଇ ଛାନ୍‌ଭିନ୍ ଜାରି ରହିଛି।

Comments are closed.