ଭୁବନେଶ୍ବର:ଆମର ହିନ୍ଦୁ ଧର୍ମରେ କାମଧେନୁ ଗାଈକୁ ବେଶ୍ ପବିତ୍ର ମନେ କରାଯାଏ । ପୁରାଣ ଅନୁସାରେ ସମୁଦ୍ରମନ୍ଥନ ବେଳେ କାମଧେନୁ ଗାଈ ପ୍ରାପ୍ତ ହୋଇଥିଲେ । କୁହାଯାଏ ଯେ ଏହି ଗାଈ ଯାହାପାଖରେ ରହୁଥିଲେ ତାଙ୍କର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଯାଉଥିଲା। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ତମ୍ବା, ରୂପା କିମ୍ବା ପିତ୍ତଳର କାମଧେନୁ ଗାଈଙ୍କର ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।
ଘରର ଐଶାନ୍ୟ କୋଣରେ କାମଧେନୁ ଗାଈ ସହିତ ବାଛୁରୀର ମୂର୍ତ୍ତି ରଖିବା ଖୁବ୍ ଶୁଭ । ବାସ୍ତୁଶାସ୍ତ୍ର କହେ ଏହି ମୂର୍ତ୍ତିକୁ ଘରେ ରଖି ପୂଜା କଲେ ଅନେକ ଲାଭ ମିଳିଥାଏ।
ଧ୍ୟାନ ଦିଅନ୍ତୁ ଘରେ ଏମିତି କାମଧେନୁ ଗାଈର ମୂର୍ତ୍ତି ରଖିବା ଦରକାର, ଯାହା ସହିତ ବାଛୁରୀ ବି ରହୁଥିବ। ଏହି ବାଛୁରୀକୁ ନନ୍ଦିନୀ କୁହାଯାଏ । ଘରର ପ୍ରବେଶ ଦ୍ୱାର ନିକଟରେ କାମଧେନୁ ଗାଈଙ୍କ ମୂର୍ତ୍ତି ରଖିଲେ ଜୀବନରେ ପ୍ରଗତି ଆସିଥାଏ ବୋଲି ବିଶ୍ବାସ ରହିଛି।
ଏହି ମୂର୍ତ୍ତିକୁ ଘରେ ରଖି ପୂଜା କଲେ ସୁଖଶାନ୍ତି ବଢେ, ଜୀବନରୁ ସମସ୍ୟା ଦୂର ହୁଏ, ରୋଗବ୍ୟାଧିରୁ ମୁକ୍ତି ମିଳିଥାଏ ।
ଆୟ ତୁଳନାରେ ବ୍ୟୟ ଅଧିକ ହେଉଥିଲେ, ଘରେ, ଅଫିସ, ଦୋକାନର ଦକ୍ଷିଣପଶ୍ଚିମ ଦିଗରେ କାମଧେନୁ ଗାଈର ମୂର୍ତ୍ତି ରଖି ନିୟମିତ ପୂଜା କଲେ ସୁଫଳ ମଳିଥାଏ।
Comments are closed.