Latest Odisha News

BREAKING NEWS

ରାଜ୍ୟରେ ୨୧ କୋଟି ଟଙ୍କାର ଏକ ଖଣି କମ୍ପାନୀର ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ବେଆଇନ ଅର୍ଥ କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଖଣି କମ୍ପାନୀର ୨୧ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଛି।

ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡର ୧୮ଟି ସମ୍ପତ୍ତିକୁ ଜବତ କରିଛି ଇଡି। ଏଥିରେ ବଡ଼ବିଲରେ ୭ଟି ପ୍ଲଟ୍, ଖୋର୍ଦ୍ଧାରେ ୬ଟି ପ୍ଲଟ୍, କଟକରେ ଏକ ଆବାସିକ ଫ୍ଲାଟ୍, ଭୁବନେଶ୍ୱରରେ ୪ଟି ସମ୍ପତ୍ତି ରହିଛି। ଜବତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୧.୧୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଇଣ୍ଡିଆନ୍ ଟେକ୍ନୋମାକ୍ କୋ ଲିମିଟେଡ୍ (ଆଇଟିସିଓଏଲ) ଏବଂ ଅନ୍ୟମାନଙ୍କ ଦ୍ୱାରା ବ୍ୟାଙ୍କ ଠକେଇ ମାମଲାର ତଦନ୍ତ କରୁଥିବା ବେଳେ ଇଡି ଅନମୋଲ୍ ମାଇନ୍ସର ସମ୍ପୃକ୍ତିକୁ ଠାବ କରିଥିଲା। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ୨୦୦୨ ଅନୁଯାୟୀ ଖଣି କମ୍ପାନୀର ସମ୍ପତ୍ତି ଜବତ କରିଛି।

ଅନମୋଲ ମାଇନ୍ସ ଏକ ଘରୋଇ ଅଣତାଲିକାଭୁକ୍ତ କମ୍ପାନି, ଯାହାର ଅଧିକୃତ ପୁଞ୍ଜି ୨୦୦ ଲକ୍ଷ ଟଙ୍କା ଓ ପରିଶୋଧିତ ପୁଞ୍ଜି ୧ ଲକ୍ଷ ଟଙ୍କା ରହିଛି। ଗତ ୧୩ ବର୍ଷ ଧରି ଏହା ଖଣି ଓ ଖଣି ବ୍ୟବସାୟରେ ନିୟୋଜିତ ରହିଛି।

Leave A Reply

Your email address will not be published.