Latest Odisha News

ମହାରାଷ୍ଟ୍ରର ମନ୍ତ୍ରୀ ଅନୀଲ ପରବଙ୍କୁ ସମନ୍ କଲା ଇଡି, ବୁଧବାର ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ରର ମହା ବିକାଶ ଅଘାଡି ମେଣ୍ଟ ସରକାରର ମନ୍ତ୍ରୀ ଅନିଲ ପରବଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଜି) । ଆସନ୍ତାକାଲି ତାଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ଜେରା କରିବାକୁ ସମନ କରିଛି ଇଡି । ମହାରାଷ୍ଟ୍ରର ରତ୍ନାଗିରିରେ ଥିବା ଡାପୋଲି ରିସୋର୍ଟର ମନି ଲଣ୍ଡରିଂ ସହିତ ଜଡିତ। ନିକଟରେ ଇଡି ପରବଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏହା ପରେ ସାତୋଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା। ପରବଙ୍କ ଘରେ ମଧ୍ୟ ସର୍ଚ୍ଚ ଅପରେସନ ହୋଇଥିଲା।

ସୂଚନା ଅନୁଯାୟୀ, ରିସୋର୍ଟ ନିର୍ମାଣ ସମୟରେ କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ ସହ ଜଡିତ ନିୟମକୁ ଅଣଦେଖା କରିବା ମାମଲାରେ ଏହି ମାମଲା ରୁଜୁ ହୋଇଛି। ଏହା ପୂର୍ବରୁ ମଧ୍ୟ ଅନୀଲ ପରବଙ୍କୁ ଇଡି ଅନେକ ଥର ସମନ କରି ଜେରା କରି ସାରିଛି।

ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଏବଂ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମଧ୍ୟ ବିଭିନ୍ନ ଅର୍ଥ ହେରଫେର ମାମଲାରେ ଗିରଫ କରିସାରିଛି।

ନିକଟରେ ରାଜ୍ୟସଭା ନିର୍ବାଚନ ଶେଷ ହୋଇଥିଲା। ଏହି ସମୟରେ ବିଜେପି ଏଠାରେ ମହାମେଣ୍ଟକୁ ଚକମା ଦେଇ ବିଜୟୀ ହୋଇଥିଲା। ଏହାପରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଥିଲେ ବିଜେପି ଇଡିର ଭୟ ଦେଖାଇ ଏଠାରେ ନିର୍ବାଚନ ବିଜୟୀ ହେଉଛି। ଯଦି ଗୋଟିଏ ଦିନ ପାଇଁ ଶିବସେନା ହାତକୁ ଇଡି ଆସିବ ତାହେଲେ ରାଜ୍ୟ ବିଜେପିର ଶୀର୍ଷ ନେତା ତଥା ବିରୋଧୀ ଦେଳ ନେତା ଦେବେନ୍ଦ୍ର ଫଡନାଭିସ ମଧ୍ୟ ଶିବସେନା ସପକ୍ଷରେ ଭୋଟ୍ ଦେବେ ବୋଲି ସେ କହିଥିଲେ।

Comments are closed.