Latest Odisha News

BREAKING NEWS

ଚହଲ ଏବଂ ପଟେଲଙ୍କ ଦମଦାର ବୋଲିଂ, ବିଶାଖପାଟଣାରେ ବାଜି ମାରିଲା ଭାରତ

ଅମରାବତୀ: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଛି । ବିଶାଖପାଟଣାରେ ଖେଳାଯାଉଥିବା ଏହି ମ୍ୟାଚକୁ ଭାରତ ୪୮ ରନରେ ବିଜୟ ହାସଲ କରିଛି। ପୂର୍ବରୁ ଦିଲ୍ଲୀ ଏବଂ ବାରବାଟୀରେ ଦକ୍ଷିଣ ଆଫ୍ରିକା ଘରୋଇ ଟିମ୍ ବିପକ୍ଷରେ ବିଜୟୀ ହୋଇ ୨-୦ରେ ଅଗ୍ରଣୀ ଥିଲା। ଏବେ ୫ଟି ମ୍ୟାଚରୁ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି।

BjdElectrycity

ତୃତୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ରୁତୁରାଜ ଗାଏକୱାଡ ଏବଂ ଇଶାନ କିଶନଙ୍କ ଦମଦାର ଇନିଂସ ଯୋଗୁଁ ଭାରତ ତୃତୀୟ ଟି -୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବାରେ ସକ୍ଷମ ହୋଇଛି।

ପ୍ରଥମେ ବ୍ୟାଟିଂ କରି ଭାରତ ଭ୍ରମଣକାରୀ ଦଳକୁ ୧୮୦ ରନ୍ ଟାର୍ଗେଟ୍ ଦେଇଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୧୩୧ ରନ୍ ସ୍କୋର କରିପାରିବାରେ ସକ୍ଷମ ହୋଇଥିଲା। ତେବେ ଏହି ମ୍ୟାଚର ଭାରତୀୟ ଟିମ୍ ପାଇଁ ବଡ ଉପଲବ୍ଧ ହେଉଛି ଏହି ସିରିଜରେ ଟିମ୍ ଇଣ୍ଡିଆରେ ବଡ ବଡ ଖେଳାଳି ଅନୁପସ୍ଥିତ ରହିଛନ୍ତି। ଅଧିନାୟକ ରୋହିତ ଶର୍ମା, କେ ଏଲ ରାହୁଲଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇ ଈଷଭ ପନ୍ତ ମ୍ୟାଚକୁ ବିଜୟୀ କରାଇଛନ୍ତି।

ଚଳିତ ବର୍ଷ ଭାରତ ମୋଟ ୧୯ ଟି ମ୍ୟାଚ୍ ଖେଳିଛି। ଯେଉଁଥିରେ ଭାରତ ରୋହିତଙ୍କ ଅଧିନାୟକତ୍ୱରେ ସମସ୍ତ ୧୧ ଟି ମ୍ୟାଚ୍ ଜିତିଥିଲା। ଏଥିସହିତ, ତାଙ୍କ ଅନୁପସ୍ଥିତିରେ ବିରାଟ କୋହଲି, କେ.ଏଲ୍ ରାହୁଲ ଭାରତକୁ ଜିତାଇ ପାରିନଥିଲେ।

ଏହି ତୃତୀୟ ଟି-୨୦ ମ୍ୟାଚରେ ଭାରତ ଧାର୍ୟ୍ୟ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ୍ ସଂଗ୍ରହ କରିଥିଲା। ୯୭ ରନର ପାର୍ଟନରସିପରେ ଗାଏକୱାଡ୍ ଏବଂ ଈଶାନ୍ କିଶନ ଭାରତକୁ ଏକ ଦମଦାର ସ୍କୋର ଦେଇଥିଲେ। ଏହି ମ୍ୟାଚରେ ଗାଏକଓ୍ୱାଡ ତାଙ୍କ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୫ ବଲରେ ୫୭ ରନ ଏବଂ ଈଶାନ ୩୫ ବଲରେ ୫୪ ରନ ସ୍କୋର କରିଥିଲେ।

ତୃତୀୟ ମ୍ୟାଚରେ ଶ୍ରେୟସ୍ ଆୟର ଏବଂ ଅଧିନାୟକ ଈଷଭ ପନ୍ତ ପୁଣି ଥରେ ଫ୍ଲପ୍ ହୋଇଥିଲେ। ଆୟର ୧୪ ରନ୍ ସଂଗ୍ରହ କରିଥିଲେ ଏବଂ ପନ୍ତ ୬ ରନ୍ କରିଥିଲେ। ଓପନିଂ ଯୋଡି ପାଭିଲିୟନକୁ ଫେରିବା ପରେ ଗୋଟିଏ ସମୟରେ ଭାରତୀୟ ଇନିଂସ ବିଫଳ ହୋଇଥିଲା। ଏଭଳି ପରିସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଦଳକୁ ଫେରିଥିବା ଦୀନେଶ କାର୍ତ୍ତିକ ଏହି ମ୍ୟାଚରେ ମାତ୍ର ୬ ରନ୍ କରିଥିଲେ।

ତେବେ ଟାର୍ଗେଟ ପିଛା କରି ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ନଥିଲା। ଭାରତୀୟ ବୋଲରମାନେ ମଧ୍ୟ ଗତ ଦୁଇଟି ମ୍ୟାଚରେ ହୋଇଥିବା ଭୁଲକୁ ସଂଶୋଧନ କରିଥିଲେ। ଏବଂ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସମ୍ୟାନଙ୍କୁ କ୍ରିଜରେ ରହିବାକୁ ସୁଯୋଗ ଦେଇନଥିଲେ।

ୟୁଜଭେନ୍ଦ୍ର ଚହଲ ଏବଂ ହର୍ଷଲ ପଟେଲ ଚମତ୍କାର ବୋଲିଂ କରିଥିଲେ। ଚହଲ ୧୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ପଟେଲ ୨୫ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ତୃତୀୟ ଟି -୨୦ ମ୍ୟାଚରେ ଭାରତୀୟ ବୋଲରମାନେ ଭ୍ରମଣକାରୀ ଦଳକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇନଥିଲେ।

Leave A Reply

Your email address will not be published.