Latest Odisha News

ନୟାଗଡ଼ରେ ଏନଫୋର୍ସମେଣ୍ଟ ଟିମ୍ ଉପରେ ପଥର ମାଫିଆଙ୍କ ଆକ୍ରମଣ

ନୟାଗଡ଼: ପଥର ଖଣିରେ ଚଢ଼ାଉ ପାଇଁ ଯାଉଥିବା ବେଳେ ପଥର ମାଫିଆ ଆକ୍ରମଣ କରିଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ଏନଫୋର୍ସମେଣ୍ଟ ଟିମ୍ ଉପରେ ଗୁରୁବାର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ପଥର ମାଫିଆଙ୍କ ଆକ୍ରମଣରେ ଏନଫୋର୍ସମେଣ୍ଟ ଟିମର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ପଟିଆ ପଞ୍ଚାୟତ କୁଶପଲ୍ଲା ଅଞ୍ଚଳରେ ବେଆଇନ୍ ପଥର ଖଣି ଚାଲୁଥିବା ସୂଚନା ପାଇ ଚଢ଼ାଉ ପାଇଁ ଯାଇଥିଲା ଏନଫୋର୍ସମେଣ୍ଟ ଟିମ୍ ।

ଚଢ଼ାଉ ପାଇଁ ଯିବା ସମୟରେ ପଥର ମାଫିଆ ଆକ୍ରମଣ କରିଥିଲେ । ବାଡ଼ି ଓ ଲୁହାରଡ଼ରେ ଆକ୍ରମଣ କରଯାଇଥିବା ଅଭିଯୋଗ ହୋଇଛି । ଏନେଇ ରଣପୁର ତହସିଲଦାର ଚାନ୍ଦପୁର ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ମାଫିଆଙ୍କୁ ଧରିବାକୁ ଉଦ୍ୟମ କରୁଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସ୍ଥିର ରହିଛି ।

Leave A Reply

Your email address will not be published.