Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ସିନ୍ଦେ ଗୋଷ୍ଠୀର ବିଜୟ, ଉଦ୍ଧବ ଠାକରେଙ୍କୁ ଝଟକା

ନୂଆଦିଲ୍ଲୀ: ଶିବ ସେନା (ଉଦ୍ଧବ ଗୋଷ୍ଠୀ) ବନାମ ଶିବ ସେନା (ସିନ୍ଦେ ଗୋଷ୍ଠୀ) ମାମଲାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ବଡ଼ ଝଟକା ଲାଗିଥିବା ବେଳେ ଏକନାଥ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

କୋର୍ଟ ଆହୁରି କହିଛନ୍ତି, ଉଦ୍ଧବ ସରକାରକୁ ଫେରାଇ ଅଣାଯାଇ ପାରିବ ନାହିଁ । କାରଣ ସେ ସ୍ୱ-ଇଚ୍ଛାରେ ଇସ୍ତଫା ଦେଇଥିଲେ । ଉଦ୍ଧବ ସରକାର ଫ୍ଲୋର ଟେଷ୍ଟର ସାମ୍ନା କରି ନଥିଲା । ତେବେ ରାଜ୍ୟପାଳ ବହୁମତ ପରୀକ୍ଷା ନେଇ ନେଇଥିବା ନିଷ୍ପତ୍ତିକୁ ଭୁଲ୍ ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ।

ଏଥିସହ କୋର୍ଟ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନର୍ଭକରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଭରତ ଗୋଗାବଲେଙ୍କୁ ସରକାରୀ ମୁଖ୍ୟ ସଚେତକ ନିଯୁକ୍ତ କରିବା ଭୁଲ୍ ଅଟେ ।

ମହାରାଷ୍ଟ୍ରରେ ଶିବସେନା ବିଧାୟକ ଭାଗ ଭାଗ ହୋଇଯିବା ପରେ ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟ ସରକାର ଗତବର୍ଷ ଜୁନରେ ଭାଙ୍ଗି ଯାଇଥିଲା । ଏହା ପରେ ଜୁନ୍ ୩୦ରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଯାହା ବିରୋଧରେ ଉଦ୍ଧବ ଠାକରେ ସୁପ୍ରିମକୋର୍ଟ ଯାଇଥିଲେ ।

Leave A Reply

Your email address will not be published.