Latest Odisha News

ସେମିରେ ପ୍ରବେଶ କରିବା ପାଇଁ ୬.୪ ଓଭରରେ ପାକିସ୍ତାନକୁ କରିବାକୁ ପଡିବ ୩୩୮

କୋଲାକାତା: ଚଳିତ ବିଶ୍ୱକପରେ ଶନିବାର ପାକିସ୍ତାନ ସମ୍ମୁଖରେ ୩୩୮ ରନର ଲକ୍ଷ୍ୟ ରଖିଛି ଇଂଲଣ୍ଡ । ସେମିଫାଇନାଲରେ ପ୍ରବେଶ ପାଇଁ ପାକିସ୍ତାନକୁ ଏହି ଲକ୍ଷ୍ୟ ୬.୪ ଓଭରରେ ହାସଲ କରିବାକୁ ହେବ । ଯାହାକି ପ୍ରାୟତଃ ଅସମ୍ଭବ । ଅନ୍ୟ ଅର୍ଥରେ ପାକିସ୍ତାନ ସେମିଫାଇନାଲ ଦୌଡରୁ ବାଦ ପଡିଛି । ଏବେ ୧୮୮ ରନ କଲେ ଟିମ ୫ମ ସ୍ଥାନହାସଲ କରିବା ପାଇଁ ଉଦ୍ୟମ କରିବ । ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବା ନିଷ୍ପତି ନେବା ପାକିସ୍ତାନର ଆଶାକୁ କ୍ଷୀଣ କରି ଦେଇଥିଲା । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୮୪, ଜନୀ ବେୟାରଷ୍ଟୋ ୫୯, ଜୋ ରୁଟ ୬୦ ରନର ଇନିଂସ ଖେଳିଥିଲେ ।

BjdElectrycity

ପାକିସ୍ତାନ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ହ୍ୟାରିଶ ରୌଫ ୩ଟି ଏବଂ ଶାହୀନ ଶାହ ଆଫ୍ରିଦୀ ଓ ମହମ୍ମଦ ୱାସିକ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ପାକିସ୍ତାନ ବିଜୟ ହାସଲ କଲେ ମଧ୍ୟ ସେମିରେ ପ୍ରବେଶ କରିପାରିବ ନାହିଁ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ଖେଳାଯିବା ଏକପ୍ରକାର ଚୂଡାନ୍ତ ହୋଇଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଅନ୍ୟ ଦଳ ସେମିରେ ପ୍ରବେଶ କରି ସାରିଛନ୍ତି ।

Leave A Reply

Your email address will not be published.