Latest Odisha News

BREAKING NEWS

ଷ୍ଟୋକ୍ସଙ୍କ ଶତକ, ନେଦରଲାଣ୍ଡ ସମ୍ମୁଖରେ ୩୪୦ ରନର ଟାର୍ଗେଟ ରଖିଲା ଇଂଲଣ୍ଡ

ପୁଣେ:ଚଳିତ ବିଶ୍ୱକପ କ୍ରିକେଟରେ ବୁଧବାର ଇଂଲଣ୍ଡ ୩୪୦ ରନର ବିଜୟ ଲକ୍ଷ୍ୟ ନେଦରଲାଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ବେନ ଷ୍ଟୋକ୍ସଙ୍କ ଶତକ ବଳରେ ୫୦ ଓଭରରେ ୯ ୱିକେଟ ହରାଇ ୩୩୯ ରନ କରିଥିଲା । ଷ୍ଟୋକ୍ସ ୮୪ ବଲରେ ୧୦୮, ଡେଭିଡ ମଲାନ ୮୭ ଓ କ୍ରିସ ୱକ୍ସ ୫୧ ରନର ଇନିଂସ ଖେଳିଥିଲେ । ମଲାନ ଅଳ୍ପକେ ଚଳିତ ବିଶ୍ୱକପରେ ଦ୍ୱିତୀୟ ଶତକ ହାସଲରୁ ବଂଚିତ ହୋଇଛନ୍ତି । ନେଦରଲାଣ୍ଡ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ବାସ ଡେ ଲିଡେ ୩ଟି ୱିକେଟ ନେଇଥିଲେ । ଆର୍ଯ୍ୟନ ଦତ ଓ ଲାଗନ ଭାନ ୱିକ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।

BjdElectrycity

ଉଭୟ ଟିମ ସେମିଫାଇନାଲ ପ୍ରବେଶ ଦୌଡରୁ ବାଦ ପଡି ସାରିଛନ୍ତି । ଇଂଲଣ୍ଡ ୭ ମ୍ୟାଚରୁ ୨ ପଂଏଟ ଓ ନେଦରଲାଣ୍ଡ ସାନ ସଂଖ୍ୟକ ମ୍ୟାଚରୁ ୪ ପଂଏଟ ହାସଲ କରିଛନ୍ତି । ଇଂଲଣ୍ଡ ଏହି ମ୍ୟାଚ ସମେତ ବାକିଥିବା ଶେଷ ମୁକାବିଲାକୁ ଜିତି ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କରିବାକୁ ଉଦ୍ୟମ କରିବ ।

Leave A Reply

Your email address will not be published.