Latest Odisha News

ଟି୨୦ ବିଶ୍ୱକପ କ୍ରିକେଟ: ଫାଇନାଲରେ ପ୍ରବେଶ ପାଇଁ ନ୍ୟୁଜିଲାଣ୍ଡକୁ ଆବଶ୍ୟକ ୧୬୭ରନ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ୧୬୭ ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ ୧୬୬ ରନ କରିଥିଲା । ମୋଇନ ଅଲୀ ଦଳ ପକ୍ଷରୁ ସର୍ବାଧିକ ୫୧ (ନଟଆଉଟ) ରନ କରିଥିଲେ । ଡେଭିଡ ମଲାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୪୧ ରନ କରିଥିଲେ ।

ଟିମ ସାଉଦୀ, ଆଡାମ ମିଲନେ, ଇଶ ସୋଡୀ ଓ ଜେମ୍ସ ନଶୀମ ଗୋଟିଏ ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ । ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଶେଷ ୫ ଓଭରରେ ଇଂଲଣ୍ଡ ୫୭ ରନ କରିଥିଲା ।

Leave A Reply

Your email address will not be published.