Latest Odisha News

BREAKING NEWS

ଏବେ ବି ରହସ୍ୟ ଘେରରେ ଅଭିନେତ୍ରୀ ପରବିନ୍‌ ବାବିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୭୦ ଦଶକରେ ବଲିଉଡ ଅଭିନେତ୍ରୀ ପରବିନ୍‌ ବାବିଙ୍କ ବେଶ୍‌ ଲୋକପ୍ରିୟ ଥିଲେ। ମୁଦ୍ରା ବ୍ୟବହାର କରାଯାଇଥିଲା। ପରବିନ୍‌ ବାବି ତାଙ୍କ ସମୟରେ ଜଣେ ଉଚ୍ଚକୋଟ୍ଟୀର ଅଭିନେତ୍ରୀ ଥିଲେ। ସେହି ସମୟରେ ଯେତେବେଳେ ଅଭିନେତ୍ରୀମାନେ ସାଲୱାର୍ ସୁଟ୍ ଏବଂ ଶାଢୀ ପିନ୍ଧି ପରଦାରେ ନଜର ଆସୁଥିଲେ, ସେତେବେଳେ ପର୍‌ବିନ୍‌ଙ୍କ ସେ ତାଙ୍କ ବୋଲ୍ଡ ଷ୍ଟାଇଲ୍ ସମସ୍ତଙ୍କ ଆକୃଷ୍ଟ କରିପାରିଥିଲେ।

ପ୍ରାୟ ତିନି ଦଶନ୍ଧିର କ୍ୟାରିଅର ମଧ୍ୟରେ ପର୍‌ବିନ୍‌ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ପର୍‌ବିନ୍‌ଙ୍କ ଅନସ୍କ୍ରିନ ଜୀବନ ଯେତିକି ଗ୍ଲାମରସ ଥିଲା, ଜୀବନର ଶେଷ ସମୟ ମଧ୍ୟ ସେତିକି ଦୁଃଖଦାୟକ ଥିଲା। ୨୦ ଜାନୁୟାରୀ ୨୦୦୫ରେ ପର୍‌ବିନ୍‌ଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ଆକସ୍ମିକ ମୃତ୍ୟୁକୁ ଏତେ ସହଜରେ କେହି ଗ୍ରହଣ କରିପାରିନଥିଲେ।

ପର୍‌ବିନ୍‌ ବାବି ୪ ଏପ୍ରିଲ ୧୯୪୯ରେ ଜୁନାଗଡରେ ଏକ ମଧ୍ୟବିତ୍ତ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପର୍‌ବିନ୍‌ଙ୍କ ଅହମ୍ମଦାବାଦର ସେଣ୍ଟ ଜାଭିୟର କଲେଜରୁ ଇଂରାଜୀ ସାହିତ୍ୟରେ ଗ୍ରାଜୁଏଟ୍‌ ହାସଲ କରିଥିଲେ। କୁହାଯାଉଛି ଯେ ସିଗାରେଟ୍‌ ଟାଣୁଥିବା ସମୟରେ ପର୍‌ବିନ୍‌ଙ୍କୁ ଫିଲ୍ମ ନିର୍ଦ୍ଦେଶକ ବି.ଆର.ଇଶାରା ପ୍ରଥମ ଥର ପାଇଁ ଦେଖିଥିଲେ। ବିଆର ଇଶାରା ପ୍ରଥମେ ପର୍‌ବିନ୍‌ଙ୍କୁ ୧୯୭୩ରେ ଚଳଚ୍ଚିତ୍ର ‘ଚରିତ୍ର’ରେ ପର୍‌ବିନ୍‌ଙ୍କୁ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ। ଏହାପରେ ପର୍‌ବିନ୍‌ ଆଉ ପଛକୁ ଫେରି ଚାହିଁନଥିଲେ।

ତେବେ ତାଙ୍କ ଜୀବନର ଅନ୍ତ ସମସ୍ତଙ୍କୁ ଚକିତ କରିଦେଇଥିଲା। ବଲିଉଡରେ ଏପରି ଅନେକ ତାରକା ଅଛନ୍ତି, ଯାହାର ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି। ସେଥିରୁ ପର୍‌ବିନ୍‌ ବାବି ଅନ୍ୟତମ। କୁହାଯାଏ ଯେ, ଯେତେବେଳେ ପର୍‌ବିନ୍‌ଙ୍କ ଘର ବାହାରୁ କେହି କିଛି ଦିନ ଧରି ଖବରକାଗଜ ଏବଂ ଦୁଗ୍ଧ ପ୍ୟାକେଟ ନେଇନଥିଲେ ସେତେବେଳେ ପୋଲିସ କବାଟ ଭାଙ୍ଗି ପର୍‌ବିନ୍‌ଙ୍କ ମୃତଦେହକୁ ଘରୁ ବାହାର କରିଦେଇଥିଲା। ଏହା ମଧ୍ୟ କୁହାଯାଏ ଯେ ପର୍‌ବିନ୍‌ଙ୍କ ଏକଲାପଣ ହିଁ ତାଙ୍କ ମୃତ୍ୟୁର କାରଣ ଥିଲା।

Comments are closed, but trackbacks and pingbacks are open.