ଭଡ଼ା ଘରୁ ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଭଡ଼ା ଘରୁ ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର CETର (College of Engineering and Technology) ପ୍ରଫେସର ଭାଗବତ ପ୍ରସାଦ ରଥଙ୍କ ମୃତଦେହ ଘାଟିକିଆ ସ୍ଥିତ ଭଡ଼ା ଘରୁ ଉଦ୍ଧାର କରିଛି ପୋଲିସ । ତାଙ୍କ ଘର କୋରାପୁଟ ଜିଲ୍ଲା ସୁନାବେଡ଼ାରେ ବୋଲି ଜଣା ପଡ଼ିଛି ।
ଗତ ଚାରି ଦିନ ହେବ କାହାରି ଫୋନ୍ ଉଠାଉଥିଲେ ଭାଗବତ ପ୍ରସାଦ ରଥ । ଅନଲାଇନ୍ କ୍ଲାସରେ ବି ଯୋଗ ଦେଉ ନଥିଲେ । ଗତକାଲି ସନ୍ଧ୍ୟାରେ ଭାଗବତ ରହୁଥିବା ଭଡ଼ା ଘରୁ ଦୁର୍ଗନ୍ଧ ବାହାରିଥିଲା । ଏନେଇ ପୋଲିସକୁ ଖବର ଦେଇଥିଲେ ପଡ଼ୋଶୀ ।
ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ୍ ପାଇଁ ପଠାଇଛି । ତେବେ ଭାଗବତଙ୍କ ମୃତ୍ୟୁ କେମିତି ହେଲା ତାହା ଅସ୍ପଷ୍ଟ ରହିଛି । ତଦନ୍ତ ଜାରି ରହିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।
Comments are closed.