ବର୍ମିଂହାମ: ବୋଲରମାନଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଏଠାରେ ଚାଲିଥିବା ୫ମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ତୃତୀୟ ଦିବସରେ ୨୮୪ ରନରେ ଅଲଆଉଟ ହୋଇଯାଇଛି । ଭାରତ ପ୍ରଥମ ଇନିଂସରେ ୪୧୬ ରନ ସଂଗ୍ରହ କରିଥିବାରୁ ଗୁରୁତ୍ୱପୂର୍ଣ୍ଣ ୧୩୨ ରନର ଅଗ୍ରଣୀ ହାସଲ କରିଛି । ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଚମତ୍କାର ଶତକ ହାସଲ କରିଥିଲେ । ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଇଂଲଣ୍ଡ ୫ ୱିକେଟ ହରାଇ ମାତ୍ର ୮୪ ରନ ସଂଗ୍ରହ କରି ବିପଦରେ ପଡିଥିଲା । ଜନୀ ବେୟାରଷ୍ଟୋଙ୍କ ଶତକ (୧୦୬) ଯୋଗୁ ଇଂଲଣ୍ଡ ଫଲୋଅନରୁ ବର୍ତି ଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶପ୍ରୀତ ବୁମରାହ ୩ଟି, ମହମ୍ମଦ ସାମି ୨ଟି ଏବଂ ଶାର୍ଦ୍ଦୁଳ ଠାକୁର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।
BREAKING NEWS
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
- ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍
- ୨୩ଟି ଦେଶରେ ବ୍ୟାପିଛି କରୋନା ଭାଇରସର ନୂଆ ଭାରିଆଣ୍ଟ, ଭାରତ ଉପରେ ଏହାର ପ୍ରଭାବ ରହିଛି କି?
- Stampede at Bihar’s Temple: ନାଳନ୍ଦାର ଶୀତଳା ମନ୍ଦିରରେ ଦଳାଚକଟା, ଚାଲିଗଲା ୮ ଜୀବନ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
Comments are closed.