Latest Odisha News

BREAKING NEWS

ଭଗବାନଙ୍କୁ ଡର, ସତ ଲୁଚି ରହିପାରିବନି : ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ରିଲ ଲାଇଫରେ ବର୍ଷା ଅନୁଭବ ଯୋଡିରେ ବିବାହ ଆଉ ବିଚ୍ଛେଦ ନେଇ କାହାଣୀ ହୋଇଥିବା ବେଳେ ଏବେ ତାହା ସେମାନଙ୍କର ରିଅଲ ଲାଇଫରେ ମଧ୍ୟ ଦେଖିବାକୁ ମିଳିଛି । ବର୍ଷା ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏଥି ସହ କୋର୍ଟରେ ଭରଣପୋଷଣ ପାଇଁ ୧୫ କୋଟି ଟଙ୍କା ଦେବା ପାଇଁ ଆବେଦନ କରିଛନ୍ତି । ଅନ୍ୟ ପକ୍ଷରେ ଅନୁଭବ ପଟିଆଲା କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି । ଦାଖଲ ହୋଇଥିବା ୪୭ ପୃଷ୍ଠା ସମ୍ବଳିତ ପିଟିସନରେ ବର୍ଷା ପ୍ରଥମ ଦିନରୁ ହିଁ ତାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁ ନ ଥିବା ସେ ଦର୍ଶାଇଛନ୍ତି ।

ଆଜି ବର୍ଷା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ସତ ଲୁଚି ରହିପାରିବନି । ଅନ୍ୟ ଉପରେ ମିଥ୍ୟା ଓ ଭିତ୍ତିହୀନ ଆରୋପ ଲଗାଇବା ପୂର୍ବରୁ ଭଗବାନଙ୍କୁ ଡରିବା ଦରକାର । ମୋର ଭଗବାନଙ୍କ ଉପରେ ଭରସା ରହିଛି । ଆଇନର ଉର୍ଦ୍ଧ୍ୱରେ କେହିବି ନୁହେଁ । ମୁଁ ଯେଉଁ ଅସମୟ ଦେଇ ଗତି କରୁଛି ଏହି ସମୟରେ ଆପଣଙ୍କ ଆଶୀର୍ବାଦ ମୋର କାମ୍ୟ । ସମସ୍ତଙ୍କୁ ମୋର ସମ୍ମାନ ଓ ଭଲପାଇବା । ଜୟ ଜଗନ୍ନାଥ ।’

ଆସନ୍ତାକାଲି ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

Leave A Reply

Your email address will not be published.