ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ଅଧିନାୟକ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ଅବସର ନେବେ ବୋଲି ଆଗୁଆ ଘୋଷଣା କରି ସାରିଛନ୍ତି । କ୍ୟାରିୟରର ଶେଷ ଟେଷ୍ଟରେ ଇଂଲଣ୍ଡକୁ ବିଜୟୀ କରାଇବା ତାଙ୍କ ଉପରେ ଗୁରୁ ଦାୟିତ୍ୱ ଥିଲା । ସେ ଦ୍ୱିତୀୟ ଇନିଂସରେ ଓପିନଂ ବ୍ୟାଟିଂ କରିବାକୁ ଆସିବାକୁ ପ୍ରଶଂସକମାନେ ଗ୍ରହଣ କରିପାରି ନାହାନ୍ତି । ଷ୍ଟୋକ୍ସ ୨୦ ବଲରେ ୩୦ ରନ କରି ଆଉଟ ହୋଇଥିଲେ । ଷ୍ଟୋକ୍ସଙ୍କ ରଣନୀତି କଣ ଥିଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ସେ ଆଉଟ ହୋଇଯିବା ଯୋଗୁ ଦଳ ଚାପରେ ଥିଲା ।
ଏହି ମ୍ୟାଚରେ ଇଂଲଣ୍ଡ ପରାଜିତ ହେବା ସହ ସିରିଜ ପରାଜୟବରଣ କରିଛି । ଷ୍ଟୋକ୍ସ ୪ କିମ୍ବା ୫ ନିୟମିତ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଭଲ ହୋଇଥାନ୍ତା । ଦଳ ଖରାପ ସ୍ଥିତିରେ ଥିଲେ ସେ ମ୍ୟାଚକୁ ଡ୍ର କରିପାରିଥାନ୍ତେ । ପ୍ରଶଂସକମାନେ ଷ୍ଟୋକ୍ସକୁ ଅବସରବାଦୀ ଓ ସ୍ୱାର୍ଥପର ମଧ୍ୟ କହିଛନ୍ତି । ଷ୍ଟୋକ୍ସଙ୍କ ପରେ ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ଦଳର ନେତୃତ୍ୱ କିଏ ନେବ ସେ ନେଇ ଆଲୋଚନା ଜୋର ଧରିଛି ।
