Latest Odisha News

୧୦ ବର୍ଷ ମଧ୍ୟରେ ଭାରତ ମାଟିରେ ଇଂଲଣ୍ଡ ଏକମାତ୍ର ବିଦେଶୀ ଟିମ୍ ଭାବେ ଜିତିଛି ଟେଷ୍ଟ ସିରିଜ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ ସିରିଜ ଜିତିଥିବା ଭାରତୀୟ କ୍ରିକେଟ ଦଳର ମନୋବଳ ଉଚ୍ଚରେ ରହିଛି । ତେବେ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ଦଳ ପାଇଁ ଏତେଟା ସହଜ ହେବ ନାହିଁ । ଏହାର ମୂଖ୍ୟ କାରଣ ହେଲା ଭାରତ ମାଟିରେ ଇଂଲଣ୍ଡର ରେକର୍ଡ ଏତେଟା ଖରାପ ନାହିଁ । ୧୦ ବର୍ଷ ମଧ୍ୟରେ ଏକମାତ୍ର ବିଦେଶୀ ଟିମ୍ ଭାବେ ଦଳ ଏଠାରେ ସିରିଜ ଜିତିଛି । ୨୦୧୨ରେ ଦଳ ଏହି ସଫଳତା ହାସଲ କରିଥିଲା । ଅବଶ୍ୟ ୨୦୧୬ରେ ଭାରତ ସିରିଜ ଜିତି ଏହାର ମଧୁର ପ୍ରତିଶୋଧ ନେଇଥିଲା ।

୨୦୧୧ରୁ ଖେଳା ଯାଇଥିବା ୨୩ ଟେଷ୍ଟରୁ ଇଂଲଣ୍ଡ ୧୩ ଟେଷ୍ଟରେ ବିଜୟ ହାସଲ କରିଛି । ଭାରତ ୭ରେ ଜିତିଥିବା ବେଳେ ୩ ଟେଷ୍ଟ ଡ୍ର ରହିଛି । ଭାରତୀୟ ମାଟିରେ ୯ ଟେଷ୍ଟ ଖେଳାଯାଇଛି, ଏଥିରେ ଭାରତ ୫ ଏବଂ ଇଂଲଣ୍ଡ ୨ ଟେଷ୍ଟରେ ବିଜୟୀ ହୋଇଛି । ଇଂଲଣ୍ଡ ଭାରତ ମାଟିରେ ସମୁଦାୟ ୧୫ ସିରିଜ ଖେଳିଛି । ଏଥିରେ ଓଭରାଲ ଇଂଲଣ୍ଡ ୫ ଏବହ ଭାରତ ୭ ସିରିଜରେ ଜିତିଛି । ୩ ସିରିଜ ଡ୍ର ରହିଛି । ଫେବୃୟାରୀ ୫ରୁ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚେନ୍ନାଇରୁ ଆରମ୍ଭ ହେବ ।

Leave A Reply

Your email address will not be published.