Latest Odisha News

BREAKING NEWS

ବିନା JEEରେ ଇଞ୍ଜିନିୟରିଂ, ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସରେ କରିହେବ ଇଞ୍ଜିନିୟରିଂରେ ଆଡମିଶନ୍

ଭୁବନେଶ୍ୱର: ଚଳିତ ବର୍ଷ ବିନା ଏଣ୍ଟ୍ରାସରେ ପଢ଼ିବେ ପିଲା । ବିନା ଏଣ୍ଟ୍ରାନ୍ସରେ କରି ହେବ ଇଞ୍ଜିନିୟରିଂ ଆଡ଼ମିଶନ୍ । କରୋନା ପାଇଁ AICTE ଏହି ଗାଇଡ୍ଲାଇନ୍ ଜାରି କରିଛି । ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ଲାଗି ବୈଷୟିକ ଶିକ୍ଷା ବିଭାଗକୁ ଏନେଇ ଚିଠି ଲେଖିଛି । 

ମାନଦଣ୍ଡ ଅନୁଯାୟୀ ଯୁକ୍ତ ଦୁଇରେ ମାଥମେଟିକ୍ସ, ଫିଜିକ୍ସ ଓ କେମିଷ୍ଟ୍ରି ବିଷୟ ଥିବା ବାଧ୍ୟତାମୂଳକ ଏହି ତିନି ବିଷୟରେ ୪୫ ପ୍ରତିଶତ ମାର୍କ ରଖିଥିଲେ ଛାତ୍ରଛାତ୍ରୀ ବିନା ଜେଇଇରେ ବି ଯେକୌଣସି ଇଞ୍ଜିନିୟରିଂ କଲେଜରେ ଆଡମିଶନ ନେଇପାରିବେ । 

ଆଉ ଏହାକୁ ଆଧାର କରି ଓଡିଶା ଘରୋଇ ଇଞ୍ଜିନିୟରି କଲେଜ ସଂଘ, ଓପେକା ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲା । ଯେଉଁଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ପକ୍ଷଭୁକ୍ତ କରାଯାଇଥିଲା । ଏହାର ଶୁଣାଣି କରି ହାଇକୋର୍ଟ ଓପେକା ସପକ୍ଷରେ ରାୟ ଦେଇଛନ୍ତି । ଅର୍ଥାତ ଯେଉଁମାନେ ଜେଇଇ ବା ଓଜେଇଇ ଦେଇନଥିବେ ସେମାନେ ବି ଇଞ୍ଜିନିୟରିଂ ପଢିପାରିବେ ।ଏହାଦ୍ୱାରା ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇବେ ବୋଲି ଆଶା ରଖି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓପେକା।

 

Leave A Reply

Your email address will not be published.