Latest Odisha News

BREAKING NEWS

ମଡ଼େଲ କେବେ କରନ୍ତି ନାହିଁ ଆଇବ୍ରୋ ସେଭ୍‌, ଲୋକେ ଦେଖି ଡ଼ରନ୍ତି

ଲଣ୍ଡନ: ଆଜିକାଲି ଯୁବତୀମାନେ ନିଜକୁ ଫିଟ୍ ଓ ସୁନ୍ଦର କରିବା ପାଇଁ ପାର୍ଲର ଯିବାସହିତ ସର୍ଜରୀ ମଧ୍ୟ କରିଥାନ୍ତି । ଏଥିଲାଗି ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି । ସାଧାରଣତଃ ଯୁବତୀମାନେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଇବ୍ରୋ ସେଭ୍ କରିଥାନ୍ତି । କିନ୍ତୁ ଜଣେ ମଡ଼େଲ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସବୁ କରୁଥିବା ବେଳେ ଆଇବ୍ରୋ ସେଭ କେବେ କରନ୍ତି ନାହିଁ । ଏଥିଲାଗି ତାଙ୍କୁ ଅନେକ ପରିହାସ ମଧ୍ୟ କରନ୍ତି । ତଥାପି ତାଙ୍କର କିଛି ଫରକ ପଡ଼େ ନାହିଁ ।

୨୬ ବର୍ଷୀୟା ସୋଫିଆ ହାଜିପାଣ୍ଟେଲି ଲଣ୍ଡନରେ ରୁହନ୍ତି । ସେ ମଡ଼େଲ ଭାବେ ବେଶ୍ ପରିଚିତ । ଏଥିସହିତ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ସକ୍ରୀୟ । ଇନଷ୍ଟାଗ୍ରାମରେ ତାଙ୍କର ୫ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର । କିନ୍ତୁ ତାଙ୍କ ଚେହେରାର ଗୋଟିଏ ଦିଗ ଅନ୍ୟ ମଡ଼େଲଙ୍କଠାରୁ ଏତେ ଭିନ୍ନ ଯେ ଲୋକମାନେ ତାଙ୍କୁ ପରିହାସ କରନ୍ତି । ତାଙ୍କର ଦୁଇ ଆଇବ୍ରୋ ମିଶିଯିବା ସହ ମୋଟା ଥିବାରୁ କଦର୍ଯ୍ୟ ଦେଖାଯାଆନ୍ତି । ତାଙ୍କୁ ଦେଖି ଲୋକେ ଡ଼ରି ବି ଯାଆନ୍ତି । ତାସତ୍ତ୍ୱେ ସୋଫିଆ ତାଙ୍କ ଆଇବ୍ରୋକୁ କେବେ ସେଭ୍ କରନ୍ତି ନାହିଁ ।

ସୋଫିଆ କହିଛନ୍ତି ଯେ, ପ୍ରତ୍ୟେକ ଲୋକ ନିଜ ଚେହେରାକୁ ଭଲ ପାଇବା ଦରକାର । ଭଗବାନ ଯାହାକୁ ଯେମିତି ଗଢିଛନ୍ତି ସେମାନେ ସେମିତି ଜିଇଁବା ଦରକାର । ମୋର ଆଇବ୍ରୋ ବହୁତ ମୋଟା । ଏଥିଲାଗି ମୋ ମୁହଁ ଖରାପ ଦେଖାଯାଉଛି । ତାହା ମୁଁ ଜାଣିଛି । କିନ୍ତୁ ଜନ୍ମରୁ ଆଇବ୍ରୋ ଯେମିତି ଅଛି ମୁଁ ତାକୁ ସେମିତି ରଖିବାକୁ ଚାହେଁ । ଏଥିଲାଗି ମୋତେ ଅନେକ ଲୋକ ଖରାପ କମେଣ୍ଟ ଦିଅନ୍ତି । ମୋତେ ଖରାପ ଲାଗେ । ହେଲେ ମୁଁ ତାକୁ ଖାତିର ନ କରି ଆଗକୁ ବଢିବାକୁ ଚେଷ୍ଟା କରେ ।

Leave A Reply

Your email address will not be published.