Latest Odisha News

BREAKING NEWS

ନୂତନ ଜାତୀୟ ରେକର୍ଡ ସହ ଅଲିମ୍ପିକ ଯୋଗ୍ୟତା ହାସଲ କଲେ ଶ୍ରୀଶଙ୍କର

ପଟିୟାଲା: ଭାରତର ଉଦୀୟମାନ ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ମଙ୍ଗଳବାର ନୂତନ ଜାତୀୟ ରେକର୍ଡ ସହ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ମୁରଲୀ ୮.୨୬ ମିଟର ଜମ୍ପ ମାରି ନିଜ ନାମରେ ଥିବା ପୂର୍ବ ଜାତୀୟ ରେକର୍ଡ (୮.୨୦ମିଟର)କୁ ଭାଙ୍ଗିଥିଲେ । ଅଲିମ୍ପିକ ଯୋଗ୍ୟତା ପାଇଁ ଶ୍ରୀଶଙ୍କରଙ୍କୁ ୮.୨୨ ମିଟର ଜମ୍ପ ମାରିବା ଜରୁରୀ ଥିଲା । ଯାହା କି ସେ ସଫଳତାର ସହ ହାସଲ କରି ନେଇଥିଲେ ।

୨୦୧୬ ରିଓ ଅଲିମ୍ପିକ୍ସରେ ଗ୍ରେଟ ବ୍ରିଟେନର ଗ୍ରେଗ ରଥରଫୋର୍ଡ ୮.୨୯ ମିଟର ଜମ୍ପ ମାରି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଶ୍ରୀଶଙ୍କର ତାଙ୍କ ପ୍ରଦର୍ଶନ ସ୍ତର ସୁଧାରିପାରିଲେ ଅଲିମ୍ପିକ୍ସ ପଦକ ସମ୍ଭାବନା ସୃଷ୍ଟି କରିପାରିବେ । ନିଜର ୫ମ ଉଦ୍ୟମରେ ଶ୍ରୀଶଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.