Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ

ମସ୍କୋ : ଫୁଟବଲର ଜନକ ଇଂଲଣ୍ଡ ବିଶ୍ୱକପ ଫୁଟବଲରେ ନିଜ ଦେଶଲାଗି କମାଲ କରିିଛି । କଲମ୍ବିଆକୁ ହରାଇ ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି । ପ୍ରି-କ୍ୱାର୍ଟର ଫାଇନାଲର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲିଶ୍ ଖେଳାଳିମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ପେନାଲ୍ଟି ସୁଟଆଉଟରେ ଇଂଲଣ୍ଡ ୪-୩ (୧-୧) ଗୋଲରେ କଲମ୍ବିଆକୁ ପରାସ୍ତ କରିଛି ।

ଇଂଲଣ୍ଡ ଅଧିନାୟକ ହ୍ୟାରୀ କେନଙ୍କ ଏକମାତ୍ର ଗୋଲ ବଳରେ ଦଳ ୧-୦ରେ ମ୍ୟାଚ ଶେଷ ପର୍ଯ୍ୟନ୍ତ ଅଗ୍ରଣୀ ରହିଥିଲା । ତେବେ ଇନଜ୍ୟୁରୀ ଟାଇମର ଶେଷ ମିନିଟରେ କଲମ୍ବିଆର ୟେରୀ ମିନାଙ୍କ ଏକ ଗୋଲ ବଳରେ ଖେଳ ଅମିମାଂସିତ ରହିଥିଲା । ଫଳରେ ପେନାଲ୍ଟି ସୁଟଆଉଟର ସାହାଯ୍ୟ ନିଆଯାଇଥିଲା । ପେନାଲ୍ଟି ସୁଟଆଉଟରେ ଇଂଲଣ୍ଡ ୪-୩ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଥିଲା । ଇଂଲଣ୍ଡ ପ୍ରଶଂସକମାନେ ସାରା ଷ୍ଟାଡ଼ିୟମରେ ଏହି ବିଜୟ ପାଳନ କରୁଥିବାର ଦୃଶ୍ୟ ବେଶ୍ ଆନନ୍ଦଦାୟକ ଥିଲା ।

ସେହିପରି ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସ୍ୱିଡ଼େନ ଦଳ ସ୍ୱିଜରଲ୍ୟାଣ୍ଡ ଦଳକୁ ୧-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି ।

ତେବେ ରୁଷିଆରେ ଆୟୋଜିତ ହେଉଥିବା ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ଭେଟିବ ସ୍ୱିଡ଼େନକୁ ।

Leave A Reply

Your email address will not be published.