Latest Odisha News

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ଖେଳିବା ନେଇ ସନ୍ଦେହ

ଲଣ୍ଡନ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ପରବର୍ତୀ ସଂସ୍କରଣ ପାକିସ୍ତାନରେ ଆୟୋଜିତ ହେବ । ଏହା ୨୦୨୫ରେ ଖେଳାଯିବ । ଚଳିତ ବିଶ୍ୱକପରେ ପ୍ରଥମ ୭ଟି ସ୍ଥାନରେ ରହିଥିବା ଟିମ ସିଧାସଳଖ ଏଥିପାଇଁ କ୍ୱାଲିଫାଇ କରିବେ । ଆୟୋଜକ ଭାବେ ପାକିସ୍ତାନ ସହ ଓଭରାଲ ୮ଟି ଟିମ ଏଥିରେ ଖେଳିବେ । ବର୍ତମାନ ଇଂଲଣ୍ଡ ପ୍ରଥମ ୭ଟି ଟିମ ମଧ୍ୟରେ ରହି ନ ଥିବାରୁ ଚାମ୍ପିୟନ୍ସ ଟ୍ରଫି ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗ୍ରୁପ ରାଉଣ୍ଡ ଶେଷ ସୁଦ୍ଧା ଇଂଲଣ୍ଡ ପ୍ରଥମ ୭ଜଣଙ୍କ ମଧ୍ୟରେ ରହିଲେ ଏଥିପାଇଁ ଯୋଗ୍ୟତା ହାସଲ କରିବ । ୱେଷ୍ଟଇଣ୍ଡିଜ, ଜିମ୍ବାୱେ ଓ ଆୟର୍ଲାଣ୍ଡ ଟିମ ମଧ୍ୟ ଚାମ୍ପିୟନ୍ସ ଟ୍ରଫିରେ ଖେଳିପାରିବେ ନାହିଁ । ଆଇସିିସିର ନୂତନ ନିୟମକୁ ନେଇ କେତେକ ବୋର୍ଡ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ।

ଚାମ୍ପିୟନ୍ସ ଟ୍ରଫିରେ ୮ଟି ଟିମକୁ ୨ଭାଗରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ୨ଟି ଟିମ ସେମିଫାଇନାଲକୁ ଉନ୍ନୀତ ହେବେ । ପୂର୍ବରୁ ଆଇସିସି ର‌୍ୟାଙ୍କିଙ୍ଗ ଅନୁସାରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଚୟନ କରାଯାଉଥିଲା । ୨୦୨୫ ସଂସ୍କରଣରୁ ଏହି ନିୟମରେ ସମ୍ପୂର୍ଣ୍ଣ ପରିବର୍ତନ କରାଯାଇଛି ।

Leave A Reply

Your email address will not be published.