Latest Odisha News

ଇଂଲଣ୍ଡ ସମ୍ମୁଖରେ ୨୩୦ ରନର ଲକ୍ଷ୍ୟ ରଖିଲା ଭାରତ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୩୦ ରନର ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛନ୍ତି । ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଯୋଗୁ ଭାରତ ଏକ ଆଭରେଜ ଟାର୍ଗେଟ ଦେଇପାରିଛି । ରୋହିତ ୮୭ ରନ କରି ଶତକ ହାସଲ କରିପାରି ନ ଥିବା ବେଳେ ସୂର୍ଯ୍ୟକୁମାର ୪୯ ରନରେ ଆଉଟ ହୋଇଥିଲେ । କେଏଲ ରାହୁଲ ୩୯ ଓ ଯଶପ୍ରୀତ ବୁମରାହ ୧୬ ରନର ଇନିଂସ ଖେଳିଥିଲେ । ଶୁଭମନ ଗିଲ ୯, ବିରାଟ କୋହଲି ଶୂନ ଓ ଶ୍ରେୟାଶ ଆୟାର ୪ ରନ କରି ଆଉଟ ହୋଇଥିଲେ । ରବୀନ୍ଦ୍ର ଜାଡେଜା ମଧ୍ୟ ୮ ରନ କରି ନିରାଶ କରିଥିଲେ । ରାହୁଲ ଓ ସୂର୍ଯ୍ୟକୁମାର ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଠିକଣା ସମୟରେ ଆଉଟ ହୋଇ ଯାଇଥିଲେ ।

ଇଂଲଣ୍ଡ ପକ୍ଷରୁ ଡେଭିଡ ୱିଲି ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରିସ ୱକସ ଓ ଅଡିଲ ରଶିଦ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ଟସ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଭାରତ କ୍ରମାଗତ ୫ଟି ମ୍ୟାଚରେ ବିଜୟ ହାସଲ କରି ୧୦ ପଂଏଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଅପରପକ୍ଷରେ ଇଂଲଣ୍ଡ ୫ ମ୍ୟାଚରୁ ମାତ୍ର ୨ ପଂଏଟ ହାସଲ କରିଛି ।

Leave A Reply

Your email address will not be published.