Latest Odisha News

BREAKING NEWS

ସଚିନଙ୍କ ଅଲୋଡା ରେକର୍ଡ ସହ ସମକକ୍ଷ ହେଲେ କୋହଲି

ଲକ୍ଷ୍ନୌ: ଦିନିକିଆ ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲି ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ସେ ୯ଟି ବଲର ସମ୍ମୁଖୀନ ହେବା ସତ୍ୱେ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ । କୋହଲି ଶୂନରେ ଆଉଟ ହେବା ମାତ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ଅଲୋଡା ରେକର୍ଡର ସମକକ୍ଷ ହୋଇଛନ୍ତି । ପ୍ରଥମ ୭ଟି ବ୍ୟାଟ୍ସମ୍ୟାନ ମଧ୍ୟରେ ସଚିନ ସର୍ବାଧିକ ୩୪ ଥର ଶୂନରେ ଆଉଟ ହୋଇଛନ୍ତି । କୋହଲି ଏବେ ଏହି ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବୀରେନ୍ଦ୍ର ସେହ୍ୱାଗ ୩୧ ଥର, ରୋହିତ ଶର୍ମା ୩୦ ଥର ଓ ସୌରଭ ଗାଙ୍ଗୁଲି ୨୯ ଥର ଶୂନରେ ଆଉଟ ହୋଇଛନ୍ତି ।

BjdElectrycity

ସୂଚନାଯୋଗ୍ୟ, କୋହଲି ଏବଂ ଦିନିକିଆ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ସଚିନଙ୍କ ୪୯ ଶତକ ରେକର୍ଡ ଭାଙ୍ଗିବା ପାଇଁ ଉପନୀତ ହୋଇଛନ୍ତି । କୋହଲି ୪୮ଶତକ ମାରିଛନ୍ତି । ଏହି ବିଶ୍ୱକପରେ ସେ ଏହି ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ବାରମ୍ବାର ବିଫଳତା ପ୍ରଶଂସକଙ୍କୁ ନିରାଶ କରୁଛି ।

Leave A Reply

Your email address will not be published.