Latest Odisha News

BREAKING NEWS

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ସ୍ଥଗିତ କଲା ଇଂଲଣ୍ଡ ବୋର୍ଡ

କଲମ୍ବୋ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ ମାର୍ଚ୍ଚ ୧୯ ତାରିଖରୁ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ସ୍ଥଗିତ କରିଦେଇଛି । ଇଂଲଣ୍ଡର ଖେଳାଳିମାନେ ଶ୍ରୀଲଙ୍କାରୁ ସ୍ୱଦେଶ ଫେରିଆସିବେ । ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଏହି ଟେଷ୍ଟ ସିରିଜ୍ ଆଇସିସି ଟେଷ୍ଟ ଚାମ୍ପିୟନଶିପର ଅଂଶ ।

ଏଥିପାଇଁ ବୋର୍ଡ ପରେ ନୂଆ ତାରିଖର ଘୋଷଣା କରିବ। ଇଂଲଣ୍ଡ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଆମ ଖେଳାଳିମାନେ ମାନସିକ ଚାପ ଅନୁଭୂତ କରୁଛନ୍ତି। ଆମେ ଯଥାଶୀଘ୍ର ନିଜ ଖେଳାଳିଙ୍କୁ ସେମାନଙ୍କର ପରିବାର ନିକଟକୁ ପଠାଇବାକୁ ପ୍ରୟାସ କରିବୁ। ବର୍ତ୍ତମାନ ସାରା ବିଶ୍ୱ କଠିନ ସମୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ କ୍ରିକେଟ୍ ମ୍ୟାଚର ଆୟୋଜନ କରାଯିବା ଠିକ୍ ହେବନି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଆମ ନିଷ୍ପତ୍ତିକୁ ସମର୍ଥନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ।

Leave A Reply

Your email address will not be published.