Latest Odisha News

ଦିଲ୍ଲୀରେ ଏନପିଆର ଓ ଏନଆରସି ଲାଗୁ ହେବନାହିଁ ନେଇ ସଂକଳ୍ପ ପାରିତ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଏନପିଆର ଓ ଏନଆରସି ଲାଗୁ ହେବନାହିଁ ନେଇ ଏକ ସଂକଳ୍ପ ଆଜି ପାରିତ ହୋଇଛି । ସଂକଳ୍ପ ଗୃହୀତ କରିବା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବିଧାୟକମାନଙ୍କୁ ସେମାନଙ୍କ ପାଖରେ ନିଜର ଜନ୍ମ ପ୍ରମାଣପତ୍ର ରହିଛି କି ବୋଲି ପ୍ରଶ୍ନ କରିଥିଲେ। ହେଲେ ୭୦ ବିଧାୟକଙ୍କ ମଧ୍ୟରୁ ୬୧ ଜଣ ଜନ୍ମ ପ୍ରମାଣପତ୍ର ନଥିବା କହିଥିଲେ। କେଜ୍ରିୱାଲ କହିଥିଲେ, ଏହା ଏକ ବଡ଼ ବାର୍ତ୍ତା। ତେଣୁ ଦିଲ୍ଲୀରେ ଏନପିଆର କାର୍ୟ୍ୟକାରୀ ହେବନି। ଏନେଇ ବିଧାନସଭା ଏକ ସଂକଳ୍ପ ପାରିତ କରୁଛି।

କେଜ୍ରିୱାଲ କିମ୍ବା ତାଙ୍କ ପରିବାର ବର୍ଗଙ୍କ ପାଖରେ ମଧ୍ୟ ଜନ୍ମ ପ୍ରମାଣପତ୍ର ନଥିବା ସେ ଗୃହରେ ସମସ୍ତଙ୍କୁ କହିଛନ୍ତି। କେଜ୍ରିୱାଲ କହିଛନ୍ତି, “ମୋ ପତ୍ନୀର, ମୋର ଓ ମୋ କ୍ୟାବିନେଟ ସଦସ୍ୟଙ୍କ ପାଖରେ ନାଗରିକତା ପ୍ରମାଣ କରିବା ପାଇଁ ଜନ୍ମ ପ୍ରମାଣପତ୍ର ନାହିଁ। କ’ଣ ଆମ ସମସ୍ତଙ୍କୁ ଡିଟେନସନ କେନ୍ଦ୍ରକୁ ପଠାଇ ଦିଆଯିବ? ମୁଁ କେନ୍ଦ୍ର ସରକାରଙ୍କୁ ଏନପିଆର ଓ ଏନଆରସି ସାରା ଦେଶରେ ଲାଗୁ ନ କରିବାକୁ ନିବେଦନ କରୁଛି।”ଯେଉଁ ବିଧାୟକଙ୍କ ପାଖରେ ଜନ୍ମ ପ୍ରମାଣ ଅଛି କେଜ୍ରିୱାଲ ସେମାନଙ୍କୁ ହାତ ଉଠାଇବାକୁ କହିଥିଲେ। ହେଲେ ୭୦ ବିଧାୟକଙ୍କ ମଧ୍ୟରୁ ୬୧ ଜଣଙ୍କ ପାଖରେ ପ୍ରମାଣପତ୍ର ନଥିବା ସେମାନେ କହିଛନ୍ତି।

Leave A Reply

Your email address will not be published.