Latest Odisha News

BREAKING NEWS

ଦ୍ବିତୀୟ ଦିନିକିଆରେ ଜିତିଲା ଇଂଲଣ୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ଵିତୀୟ ଦିନିକିଆରେ ଭାରତ 100 ରନରେ ପରାସ୍ତ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ପର ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା ଭାରତ । ୨୪୭ ରନର ପିଛା କରି ଭାରତ 146    ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ୦ ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାଓ୍ବନ ୯ ରନ୍ କରିଥିଲେ । ବିରାଟ କୋହଲି ୧୬ ରନ କରିଥିବା ବେଳେ ପନ୍ତ ୦ ରନ କରି ଆଉଟ୍ ହୋଇଥିଲେ । ସୂର‌୍ୟ୍ୟକୁମାର ୨୭ ରନ ହାର୍ଦିକ ୨୯ ରନ୍ କରି ଆଉଟ ହୋଇଥିଲେ । ରବୀନ୍ଦ୍ର ଜାଡେଜା ୨୯ ଶାମି ୨୩ ରନ କରିଥିଲେ । ରିସ୍ ଟୋପଲି 24 ରନ୍ ଦେଇ 6 ଉଇକେଟ ନେଇଥିଲେ । ଇଣ୍ଡିଆକୁ ହରାଇବାରେ ଟୋପଲି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଇଂଲଣ୍ଡ ୨୪୬ ରନରେ କରି ଅଲଆଉଟ୍ ହୋଇଥିଲା । ଇଂଲଣ୍ଡ ର ଟର୍ପ ଅର୍ଡର ବ୍ୟାଟସମ୍ୟାନଙ୍କ ବିଫଳତା ସତ୍ତ୍ଵେ ନିମ୍ନ କ୍ରମରେ ଆସିଥିବା ମୋଇନ ଅଲ୍ଲୀଙ୍କ ୪୭ ଏବଂ ଡେଭିଡ୍ ଓ୍ଵିଲିଙ୍କ ୪୧ ରନ ବଳରେ ଘରୋଇ ଦଳ ୨୪୭ ରନର ସମ୍ମାନଜନକ ସ୍କୋର କରିଥିଲା ।  ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ ଓ୍ଵିକେଟ୍ ନେଇଥିଲେ । ରଏ ୨୩ ରନ କରିଥିବାବେଳେ ବେୟାରଷ୍ଟୋ ୩୮ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ବେନ ଷ୍ଟୋକ୍ସ ୨୧ ରନ ଓ ଲିଆମ ଲିଭିଙ୍ଗଷ୍ଟୋନ ୩୩ ରନ କରିଥିଲେ । ତେବେ ମୋଇନ ଅଲ୍ଲି ଓ ଡେଭିଡ ଓ୍ବିଲି ଏକ ବଡ଼ ପାର୍ଟନରସିପ କରି ଦଳୀୟ ସ୍କୋରକୁ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଲ୍ଲି ୪୭ ରନ କରିଥିବାବେଳେ ଓ୍ବିଲି ୪୧ରନ କରିଥିଲେ । ଇଂଲଣ୍ଡ ୪୯ ଓଭରରେ ୨୪୬ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଯୁଜବେନ୍ଦ୍ର ଚହଲ ୪ଟି ଓ୍ବିକେଟ ନେଇଥିବାବେଳେ ଜସପ୍ରିତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.