ମେଲବୋର୍ଣ୍ଣ: ଏଠାରେ ଅନୁଷ୍ଠିତ ଆଶେସ ସିରିଜର ୪ର୍ଥ ଟେଷ୍ଟରେ ଇଂଲଣ୍ଡ ୪ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଦୀର୍ଘ ୧୮ ବର୍ଷ ପରେ ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆକୁ ତାର ମାଟିରେ ଇଂଲଣ୍ଡ ପରାସ୍ତ କରିଛି । ୨୦୧୧ରେ ସିଡନୀରେ ଅଷ୍ଟ୍ରେଲିଆକୁ ଇଂଲଣ୍ଡ ପରାସ୍ତ କରିଥିଲା । ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଇଂଲଣ୍ଡ ୧୭୫ ରନର ଲକ୍ଷ୍ୟ ପ୍ରଦାନ କରିଥିଲା । ଇଂଲଣ୍ଡ ୬ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଜ୍ୟାକ କ୍ରାଉଲେ ୩୭, ବେନ ଡକେଟ ୩୪ ଓ ଜାକବ ବେଥେଲ ୪୦ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ସ୍କଟ ବୋଲାଣ୍ଡ ଓ ଝେ ରିଚାର୍ଡସନ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୧୫୨ ରନ ଜବାବରେ ଇଂଲଣ୍ଡ ୧୧୦ରନ କରିଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ୧୩୨ ରନରେ ଅଲଆଉଟ ହୋଇ ଯାଇଥିଲା । ବ୍ରେଣ୍ଡନ କୋର୍ସ ୪ଟି ଓ ବେନ ଷ୍ଟୋକ୍ସ ୩ଟି ୱିକେଟ ନେଇଥିଲେ । ଜୋଶ ଟଙ୍ଗ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ୩ଟି ଟେଷ୍ଟ ଜିତି ଆଶେସ ସିରିଜ ହାତେଇଛି । ଏବେ ଇଂଲଣ୍ଡ କେବଳ ସମ୍ମାନ ପାଇଁ ଖେଳୁଛି ।