Latest Odisha News

ବେୟାରଷ୍ଟୋଙ୍କ ଧୂଆଁଧାର ଶତକ, ୬ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ପୁଣେ : ପୁଣେରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଇଂଲଣ୍ଡର ଦମଦାର ବିଜୟ । ବେୟାରଷ୍ଟୋଙ୍କ ଶତକ ଓ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତକୁ ୬ ଓ୍ବିକେଟରେ ହରାଇଛି ଇଂଲଣ୍ଡ । ଏହି ବିଜୟ ସହ ତିନି ମ୍ୟାଚ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ରହିଛି ।

୩୩୭ ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲା ଭ୍ରମଣକାରୀ ଟିମ୍ । ଦଳ ଆରମ୍ଭରୁ ଚମତ୍କାର ବ୍ୟାଟିଂ କରିଥିଲା । ଜେସନ ରୟ ଓ ବେୟାରଷ୍ଟୋ ଓପନିଂ କରି ଭାରତୀୟ ବୋଲରଙ୍କ ଗୋଟିଏ ପରେ ଗେଟିଏ ବଲକୁ ପ୍ରହାର କରିଥିଲେ । ଜେସନ ରୟ ୫୫ ରନ କରି ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ । ସେ ଆରମ୍ଭରୁ ବିସ୍ଫୋରକ ଭାବେ ବ୍ୟାଟିଂ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ । ଷ୍ଟୋକ୍ସ ୫୨ ବଲରୁ ୯୯ ରନ କରି ଆଉଟ ହୋଇଥିଲେ । ସେହିପରି ବେୟାରଷ୍ଟୋ ଏକ ଶତକୀୟ ଇନିଂସ ଖେଳିଥିଲେ । ବେୟାରଷ୍ଟୋ ୧୧୨ ବଲରୁ ୧୨୪ ରନ ସଂଗ୍ରହ କରିଥିଲେ । ଫଳରେ ଦଳ ୪୩.୩ ଓଭରରେ ୪ ଓ୍ବିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୩୩୬ ରନ କରିଥିଲା । କେ.ଏଲ ରାହୁଲ ଶତକ ହାସଲ କରିଥିବା ବେଳେ, ଋଷଭ ପନ୍ଥ ୭୭ ଓ ବିରାଟ କୋହଲି ୬୬ ରନ କରିଥିଲେ । ଇଂଲଣ୍ଡର ଏହି ବିଜୟ ପରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ରହିଛି । ଆସନ୍ତା ୨୮ ତାରିଖରେ ତୃତୀୟ ଦିନିକିଆ ଖେଳାଯିବ ।

Leave A Reply

Your email address will not be published.