Latest Odisha News

BREAKING NEWS

କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ, ଏହି ସମୟରେ ଚାଲିବ ଟ୍ରେନ୍…

ଭୁବନେଶ୍ବର: କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ । ଆସନ୍ତା ମାସରୁ କଟକରୁ ପୁରୀ, ପାରାଦୀପ ଏବଂ ଭଦ୍ରକ ପର୍ଯ୍ୟନ୍ତ ମେମୁ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି ।

ପୁରୀ-କଟକ ମେମୁ ୧୨ ଏପ୍ରିଲରୁ ପୁରୀରୁ ପୂର୍ବାହ୍ନ ୮ ଟାରେ ଛାଡି କଟକରେ ପୂର୍ବାହ୍ନ ୧୦ଟା ୪୫ମିନିଟରେ ପହଞ୍ଚିବାକୁ ଥିବାବେଳେ କଟକ-ପୁରୀ ମେମୁ କଟକରୁ ୧୩ ଏପ୍ରିଲ ୨୦୨୧ ଠାରୁ ଅପରାହ୍ନ ୪ଟା ୫୫ମିନିଟରେ ଛାଡି ପୁରୀରେ ସନ୍ଧ୍ୟା ୭ଟା ୪୫ମିନିଟରେ ପହଞ୍ଚିବ ।

ସେହିପରି କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା ଚାଲିବ । କଟକ-ଭଦ୍ରକ ମେମୁ ୧୩ ଏପ୍ରିଲ ୨୦୨୧ରୁ କଟକରୁ ପୂର୍ବାହ୍ନ ୮ଟା ୪୫ମିନିଟରେ ଛାଡି ଭଦ୍ରକରେ ଅପରାହ୍ନ ୧୨ଟା ୧୦ମିନିଟରେ ପହଞ୍ଚିବାକୁ ଥିବାବେଳେ ଭଦ୍ରକ-କଟକ ମେମୁ ୧୩ ଏପ୍ରିଲ ୨୦୨୧ରୁ ଅପରାହ୍ନ ୧୨ଟା ୫୦ମିନିଟରେ ଛାଡି କଟକଠାରେ ଅପରାହ୍ନ ୪ଟା ୧୫ମିନିଟରେ ପହଞ୍ଚିବ ।

ସେହିପରି ଅନ୍ୟ ଏକ ମେମୁ ଟ୍ରେନ କଟକ-ଭଦ୍ରକ ମେମୁ କଟକରୁ ୧୨ ଏପ୍ରିଲ ୨୦୨୧ ଠାରୁ ପୂର୍ବାହ୍ନ ୧୧ଟା ୫୫ମିନିଟରେ ଛାଡି ଭଦ୍ରକରେ ଅପରାହ୍ନ ୨ଟା ୫ମିନିଟରେ ପହଞ୍ଚିବାକୁ ଥିବାବେଳେ ଭଦ୍ରକ-କଟକ ମେମୁ ଭଦ୍ରକରୁ ୧୨ ଏପ୍ରିଲ ୨୦୨୧ ଠାରୁ ଅପରାହ୍ନ ୩ଟା ୩୦ମିନିଟରେ ଛାଡି କଟକ ଠାରେ ସନ୍ଧ୍ୟା ୬ଟା ୩୫ମିନିଟରେ ପହଞ୍ଚିବ । 

କଟକ-ପାରାଦୀପ-କଟକ ମେମୁ ଟ୍ରେନ୍ ସେବା ଆରମ୍ଭ ହୋଇଛି । କଟକ-ପାରାଦୀପ MEMU କଟକରୁ ୧୨ ଏପ୍ରିଲ ୨୦୨୧ ଠାରୁ ସନ୍ଧ୍ୟା ୭ଟାରେ ଛାଡି ପାରାଦୀପ ଠାରେ ରାତି ୮ଟା ୫୦ମିନିଟରେ ପହଞ୍ଚିବାକୁ ଥିବାବେଳେ, ପାରାଦୀପ-କଟକ ମେମୁ ପାରାଦୀପରୁ ୧୩ ଏପ୍ରିଲ ୨୦୨୧ରୁଠାରୁ ୬ଟା ୩୦ମିନିଟରେ ଛାଡି କଟକ ଠାରେ ପୂର୍ବାହ୍ନ ୮ଟା ୨୦ମିନିଟରେ ପହଞ୍ଚିବ ।

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ପରିବର୍ତ୍ତିତ ନମ୍ବର ସହିତ ଚଳାଚଳ କରିବ । ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ୨୦ ଏପ୍ରିଲ ଏବଂ ଜଗଦଳପୁରରୁ ୨୧ ଏପ୍ରିଲ ୨୦୨୧ ଠାରୁ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭାବରେ ଚଳାଚଳ କରିବ ।

Leave A Reply

Your email address will not be published.