Latest Odisha News

BREAKING NEWS

ଚିତାକର୍ଷକ ଫାଇନାଲ୍ ଟାଇରେ ସମାପ୍ତ, ବିଶ୍ୱକପ ଜିତିଲା ଇଂଲଣ୍ଡ

ଲର୍ଡ଼ସ: ବିଶ୍ୱକପ ଜିତି ଲର୍ଡ଼ସ ଗ୍ରାଉଣ୍ଡରେ ଇତିହାସ ରଚିଲା ଇଂଲଣ୍ଡ । ଟାଇରେ ସମାପ୍ତ ହେଲା ବିଶ୍ୱକପ ଫାଇନାଲ ମ୍ୟାଚ୍ । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଫାଇନାଲର ନିର୍ଦ୍ଧାରିତ ୫୦ ଓଭରରେ ଉଭୟ ଦଳ ୨୪୧ ରନ କରିବାଫଳରେ ଟାଇ ମ୍ୟାଚ୍ ସୁପର୍ ଓଭରରେ ନିର୍ଣ୍ଣୟ ହୋଇଥିଲା । ଅର୍ଥାତ୍ ୫୦ ଓଭରର ଫାଇନାଲ୍ ମ୍ୟାଚ ନିର୍ଣ୍ଣୟ ହୋଇନପାରି ଶେଷରେ ୬ଟି ବଲର ସହାୟତା ନିୟାଯାଇଥିଲା । ମାତ୍ର ୬ ବଲ୍ ବିଶିଷ୍ଟ ସୁପର୍ ଓଭର ମଧ୍ୟ ଟାଇରେ ସମାପ୍ତ ହେଲା । ସୁପର୍ ଓଭରରେ ଉଭୟ ଦଳ ୧୪ ରନ କରିଥିଲେ । ମାତ୍ର ସୁପର ଓଭର୍ ଏଲିମିନେଟରରେ ଇଂଲଣ୍ଡକୁ ବିଜୟୀ ଘୋଷିତ କରାଗଲା ।


ଘରୋଇ ଇଂଲଣ୍ଡ ଦଳ ହେଲା ନୂଆ ଆସିସି ବିଶ୍ୱକପ୍ କ୍ରିକେଟ ବିଜେତା ।

କିଏ ହେବ ବିଶ୍ୱ ବିଜେତା? ଫାଇନାଲ ଜିତିବ କେଉଁ ଦଳ ଏହାକୁ ନେଇ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା ଇଂଲଣ୍ଡର ଲର୍ଡ଼ସ୍ ଗ୍ରାଉଣ୍ଡରେ ।


ଫାଇନାଲରେ ସୁପର୍ ଓଭର୍ ଏଲିମିନେଟର୍ ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇଂଲଣ୍ଡ ଆଇସିସି ବିଶ୍ୱକପ ଟ୍ରଫି ହାସଲ କରିଛି ।

ଟସରେ ଜିତି ନ୍ୟୁଜିଲାଣ୍ଡ କପ୍ତାନ ୱିଲିୟମସନ୍ ପ୍ରଥମେ ବ୍ୟାଟିଂ ନେବାକୁ ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ କରିଥିଲା ୨୪୧ ରନ । ନିକୋଲସ୍ ସର୍ବାଧିକ ୫୬ ରନ କରିଥିବା ବେଳେ ଲାଥାମ କରିଥିଲେ ୪୭ ରନ । କପ୍ତାନ ୱିଲିୟମସନ ୩୦, ନିସାମ୍ ୧୯ ରନ ଏବଂ ଗ୍ରାଣ୍ଡହୋମ ୧୫ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ୱକ୍ସ ୩ଟି, ପ୍ଲଙ୍କେଟ୍ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଇଂଲଣ୍ଡ ଦଳ ୨୪୨ ରନର ବିଜୟ ଲକ୍ଷ୍ୟ ହାସଲ କରିବାଲାଗି ଉଦ୍ୟମ କରୁଥିବା ବେଳେ ନ୍ୟୁଜିଲାଣ୍ଡ ବୋଲର ସହଜ ସାବ୍ୟସ୍ତ ହୋଇନଥିଲେ । ଦଳର ସ୍କୋର ୮୬ ଥିବା ବେଳେ ୪ଟି ୱିକେଟର ପତ୍ତନ ହୋଇଥିଲା । ଦଳ ପକ୍ଷରୁ ଷ୍ଟୋକସ ୮୪ ଏବଂ ବଟଲର୍ ୫୯ ରନ ସ୍କୋର କରିଥିବା ବେଳେ ବେୟାରଷ୍ଟୋ ୩୬ ରନ କରିଥିଲେ ।

ନ୍ୟୁଜିଲାଣ୍ଡର ସମସ୍ତ ବୋଲର୍ ଚମତ୍କାର ବୋଲିଂ ପ୍ରଦର୍ଶନ କରି ମ୍ୟାଚକୁ ନିଜ ପଟରେ ରଖିବାକୁ ସକ୍ଷମ ହୋଇଥିଲେ । ଫର୍ଗୁସନ ୩ ଏବଂ ନୀସାମ ୩ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.