Latest Odisha News

BREAKING NEWS

ସ୍ଥଗିତ ରହିଲା ‘ଚନ୍ଦ୍ରଯାନ-୨’ ମିଶନ୍, ଜାଣନ୍ତୁ, କାହିଁକି

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)ର ମହତ୍ତ୍ୱାକାଂକ୍ଷୀ ମିଶନ କୁହାଯାଉଥିବା ଚନ୍ଦ୍ରଯାନ-୨କୁ ଉତକ୍ଷେପଣ ପୂର୍ବରୁ ସ୍ଥଗିତ କରାଯାଇଛି ।

ମହାକାଶ ଇତିହାସରେ ଭାରତକୁ ଆଉ ଏକ ସଫଳତା ମିଳିବାକୁ ଯାଉଥିବାବେଳେ ଏହା ସମସ୍ତଙ୍କୁ ଏକପ୍ରକାର ନିରାଶ କରିଛି ।

ମିଳିଥିବା ସୂଚନାନୁଯାୟୀ ଏହାର ଉତକ୍ଷେପଣ ଲାଗି ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଥିବାବେଳେ ଅଚାନକ ରକେଟରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା । ଫଳରେ ଏହି ଅଭିଯାନକୁ ସ୍ଥଗିତ ରଖାଯାଇଛି ।

ତେବେ ଲଞ୍ଚ ଭେହିକିଲରେ କୌଣସି ସମସ୍ୟା ଥିବାରୁ ଉତକ୍ଷେପଣ ସ୍ଥଗିତ ରଖାଯାଇଥିବା ଏବଂ ଖୁବଶୀଘ୍ର ଉତକ୍ଷେପଣର ପରବର୍ତ୍ତୀ ତାରିଖ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଜୁଲାଇ ୧୫ ତାରିଖ (ସୋମବାର) ଭୋର୍ ୨ଟା ୫୧ମିନିଟ ସମୟରେ ଚନ୍ଦ୍ରଯାନ-୨ ଉତକ୍ଷେପଣ କରାଯିବାର ଥିଲା।

ଚନ୍ଦ୍ରଯାନ-୨କୁ ମହାକାଶକୁ ନେଇଥାନ୍ତା GSLV-Mk III ରକେଟ୍ । ଏହା ଭାରତର ବାହୁବଳୀ ରକେଟ୍ । ଏବେସୁଦ୍ଧା ଦେଶରୁ ଉତକ୍ଷେପଣ ହୋଇଥିବା ସବୁ ରକେଟ୍ ଠାରୁ ଏହା ଶକ୍ତିଶାଳୀ ।

Leave A Reply

Your email address will not be published.