Latest Odisha News

BREAKING NEWS

ଆୟର୍ଲାଣ୍ଡ ପରେ ଟିମ ଇଣ୍ଡିଆ ନିକଟରେ ଏବେ ଇଂଲଣ୍ଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଜୁଲାଇ ୧ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଆୟର୍ଲାଣ୍ଡ ବିପକ୍ଷରେ ଭାରତ ୨ଟି ଯାକ ମ୍ୟାଚ ହାରିବା ଅନେକ ପ୍ରଶ୍ନବାଚର ସୃଷ୍ଟି କରିଛି । ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରି ଟିମ ଇଣ୍ଡିଆର ଯୁବ ଟିମ ଦକ୍ଷତା ପ୍ରତିପାଦିତ କରିବାକୁ ଚାହିଁବ । ଟିମ ଇଣ୍ଡିଆ ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ଶେଷ ଥର ଟି୨୦ ସିରିଜ ଖେଳିଥିଲା । ଏଥିରେ ଭାରତ ୨-୧ରେ ବିଜୟୀ ହୋଇଥିଲା । ସେ ସମୟରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଖେଳାଳି ଦଳରେ ରହିଥିଲା । ୪ ବର୍ଷ ପରେ ପୂନର୍ବାର ସିରିଜ ଖେଳିବାକୁ ଯାଉଛି ।

ଆୟର୍ଲାଣ୍ଡ ବିପକ୍ଷରେ ପଦାର୍ପଣ ସୁଯୋଗ ପାଇପାରି ନ ଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ଏଥର ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ଇଂଲଣ୍ଡ ବିପକ୍ଷରେ ଭଲ ରହିଛି । ଏଥର ମଧ୍ୟ ତାଙ୍କଠାରୁ ଏ ଭଳି ପ୍ରଦର୍ଶନ ଆଶା କରାଯାଉଛି । ଏହା ସତ୍ୱେ ଟିମ ଇଣ୍ଡିଆର ଓପିନଂ ଯୋଡି ନେଇ ଏବେ ବି ସସ୍ପେନ୍ସ ଲାଗି ରହିଛି । ଯଦି ବୈଭବଙ୍କ ଏଂଟ୍ରି ହେବ ତାହାହେଲେ କିଏ ବାଦ ପଡିବେ ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

Leave A Reply

Your email address will not be published.