Latest Odisha News

BREAKING NEWS

ଶକୁନ୍ତଳା ଦେବୀରେ ବିଦ୍ୟା ବାଲାନ୍‌ଙ୍କ ହଟ୍‌କେ ଅନ୍ଦାଜ !

ଫିଲ୍ମ ଶକୁନ୍ତଳାରେ ମ୍ୟାଥେମାଟିସିଆନ୍ ଭୂମିକାରେ ନଜର ଆସିବେ ବଲିଉଡ ଆକ୍ଟ୍ରେସ୍ ବିଦ୍ୟା ବାଲାନ୍ । ଟ୍ରେଲର ରିିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଟିଜରଟିକୁ ଶେୟାର କରିଛନ୍ତି ।

କରୋନା ସଙ୍କଟରେ ଥଣ୍ଡା ପଡିଛି ଥିଏଟର, ହେଲେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବାୟୋଗ୍ରାଫିକାଲ୍ ମୁଭି ଶକୁନ୍ତଳା । ମ୍ୟାଥେମାଟିସିଆନ୍ ଶକୁନ୍ତଳା ଦେବୀଙ୍କ ଉପରେ ଆଧାରିତ ଏହି ଫିଲ୍ମରେ ବିଦ୍ୟାଙ୍କ ସମେତ ସାନ୍ୟା ମଲହୋତ୍ରା ନଜର ଆସିବେ । ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ଜୀଶୁ ସେନ ଗୁପ୍ତା ଓ ଅମିତ୍ ସାଧଙ୍କ ଭଳି ଭର୍ସାଟାଇଲ୍ ଆକ୍ଟର ମଧ୍ୟ ନଜର ଆସିବେ ।

ଅନୁ ମେନନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦର୍ଶକମାନେ ଜୁଲାଇ ୩୧’ରେ ଆମାଜାନ ପ୍ରାଇମ୍‌ରେ ଦେଖିବାକୁ ସୁଯୋଗ ପାଇବେ । ଭର୍ସାଟାଲିଟିରେ ମାହିର ବିଦ୍ୟା ପୂର୍ବରୁ ଫିଲ୍ମ ମିଶନ୍ ମଙ୍ଗଲରେ ସାଇଣ୍ଟିଷ୍ଟ କିର୍ଦାରରେ ନଜର ଆସିଥିଲେ । ସେହିଭଳି ଶେଷ ଫିଲ୍ମ ଭାବେ ତାଙ୍କୁ ନଟ୍‌ଖଟ୍‌ରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.