Latest Odisha News

ବିହାର ବିଜେପି କାର୍ଯ୍ୟାଳୟରେ କରୋନା; ୨୪ ନେତା ସଂକ୍ରମିତ

ପାଟନା: ବିହାରରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିହାର ବିଜେପି କାର୍ଯ୍ୟାଳୟରେ ୨୪ ନେତା ସଂକ୍ରମିତ ହୋଇଛନ୍ତି।

ଏଏନଆଇ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଗତକାଲି ପ୍ରାୟ ୧୧୦ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରେ ପାଖାପାଖି ୨୪ ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଛି।

ବିହାର ବିଜେପି ଜେନେରାଲ ସେକ୍ରେଟାରୀ ଦେବେଶ କୁମାର ଓ ପୂର୍ବ ଏମଏଲସି ରାଧା ମୋହନ ଶର୍ମାଙ୍କ ସମେତ ଅନେକ ନେତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବିହାରରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୯୫୯ ରହିଥିବା ବେଳେ ୫୪୮୨ଟି ସକ୍ରିୟ ମାମଲା ରହିଛି । ଏହାବ୍ୟତିତ ମୋଟ୍ ୧୨ ହଜାର ୩୧୭ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୧୬୦ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.