Latest Odisha News

BREAKING NEWS

ଛୋଟ ପରଦାକୁ ଫେରୁଛନ୍ତି ରେଣୁକା

ମୁମ୍ବାଇ: “ହମ୍ ଆପକେ ହୈ କୌନ” ଭଳି ଫିଲ୍ମ ଓ “ସୁରଭି” ଭଳି ଟିଭି ସୋ’ ଜରିଆରେ ଘରେଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ରେଣୁକା ସାହାଣୀ । ସମୟକ୍ରମେ ଅଭିନେତା ଆଶୁତୋଷ ରାଣାଙ୍କୁ ବିବାହ କରିବା ପରେ ସେ ରୂପେଲି ପରଦାରୁ ଦୂରେଇ ଯାଇଥିଲେ । ନିକଟରେ ଅଳ୍ପ ବହୁତ ବଲିଉଡ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ସେ ଖୁବ ଶୀଘ୍ର ଛୋଟ ପରଦାକୁ ଫେରୁଥିବା ଜଣାପଡିଛି ।

“କ୍ରାଇମ୍ ପେଟ୍ରୋଲ ସତର୍କ” ଭଳି ପପୁଲାର କ୍ରାଇମ୍ ସୋ’ରେ ରେଣୁକା ହୋଷ୍ଟ ଭାବେ ଦର୍ଶକଙ୍କ ସାମ୍ନାକୁ ଆସିବେ । ଆଗାମୀ ଦିନରେ “ଗୁମରାହ ବଚପନ” ଥିମକୁ ନେଇ ସୋ’ର କିଛି ସ୍ପେଶାଲ ଏପିସୋଡ ପ୍ରସାରିତ ହେବ । ଖାସ ଏହି ଏପିସୋଡ ଗୁଡିକରେ ଛୋଟଛୋଟ ପିଲାଙ୍କୁ ତଥା ଅଭିଭାବକଙ୍କୁ ସଚେତନ କରିବା ଲାଗି ରେଣୁକା ଉପସ୍ଥାପନା କରିବାକୁ ହଁ ଭରିଛନ୍ତି ।

କ୍ରାଇମ୍ ପେଟ୍ରୋଲ ସତର୍କ ଭଳି ସୋ’ରେ ସାମିଲ ହୋଇଥିବାରୁ ରେଣୁକା ବେଶ ଉତ୍ସାହିତ ଅଛନ୍ତି । ସେପ୍ଟମ୍ବର ୧୩’ରୁ ସୋନୀ ଏଣ୍ଟରଟେନମେଣ୍ଟ ଟେଲିଭିଜିନ ଚ୍ୟାନେଲରେ ଗୁମରାହ ବଚପନ ଥିମ୍ ଉପରେ ଆଧାରିତ ଏପିସୋଡକୁ ଦର୍ଶକ ଦେଖିବାକୁ ପାଇବେ ।

Leave A Reply

Your email address will not be published.