ଭୁବନେଶ୍ବର: କର୍ମଚାରୀ ଭବିଷ୍ୟନିଧି ଆୟୋଗ ପକ୍ଷରୁ ଭୁବନେଶ୍ବର ଇପିଏଫ୍ଓ ଅଧିନସ୍ଥ, ଜିଲ୍ଲା କାର୍ଯ୍ୟାଳୟ କଟକ ଦ୍ବାରା “ ପ୍ରମୋଦ କନ୍ଭେନ୍ସନ୍” ରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟନିର୍ବାହୀ ଅଧିକାରୀ ମୌସୁମୀଲତା ପାଢୀ, କ୍ଷେତ୍ରିୟ ଭବିଷ୍ୟନିଧି ଆୟୁକ୍ତ-୨ କହିଛନ୍ତି ଯେ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ କେନ୍ଦ୍ର ସରକାରଙ୍କ ଦ୍ଵାରା ୪ ଗୋଟି ସ୍କିମ୍ ଯଥା— ‘ ବିଶ୍ଵାସ ଯୋଜନା- ୨୦୨୬, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, ଏଫ୍ଲୋଇଜ୍ ଏନ୍ରୋଲମେଣ୍ଟ ସ୍କିମ୍ – ୨୦୨୬ ଏବଂ ଆମେନସିଟି ସ୍କିମ୍-୨୦୨୬ ଗୁଡ଼ିକ ଉପଭୋକ୍ତା ଓ ନିଯୁକ୍ତିଦାତାଙ୍କ ଲାଭ ପାଇଁ କରାଯାଇଛି।
ସେ କହିଛନ୍ତି ଯେ ଏହାଦ୍ୱାରା ସମସ୍ତ ନିଯୁକ୍ତିଦାତାମାନେ ‘ ବିଶ୍ଵାସ ଯୋଜନା’ର ବ୍ୟବସ୍ଥା ଗୁଡିକ ସମ୍ପର୍କରେ ଅବଗତ ହୋଇପାରିବେ ଏବଂ ଯୋଗ୍ୟତା ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବେ । 7Q ସୁଧ ଜମା କରିବାପରେ ନିଯୁକ୍ତିଦାତା ପେନାଲ୍ ଡ୍ୟାମେଜ୍ (ଦଣ୍ଡମୁଳକ କ୍ଷତିପୂରଣ) ର ରିହାତି ଏବଂ ‘ ବିଶ୍ବାସ ପ୍ରମାଣପତ୍ର’ ପ୍ରାପ୍ତ କରିପାରିବେ। ପରେ କୁମାରୀ ବିପ୍ଳବୀସିଂହ ଚୌହାନ୍, ସହାୟକ ଭବିଷ୍ୟନିଧ୍ଵ ଆୟୁକ୍ତ ବିଶ୍ଵାସ ସ୍କିମ୍ର ପ୍ରମୁଖ ଗୁଣାବଳୀ ବିଷୟରେ ବର୍ଣ୍ଣନା କରିଥିଲେ।
ଶଶାଙ୍କର ରାୟ, ବରିଷ୍ଠ ସାମାଜିକ ସହାୟକ ଡିଜିଟାଲ ‘ବିଶ୍ବାସ ପ୍ରାମଣପତ୍ର ଅନ୍ଲାଇନ୍ ମାଧ୍ଯମରେ କିପରି ଆବେଦନ କରିପାରିବେ ସେ ସମ୍ବନ୍ଧରେ ବୁଝାଇଥିଲେ। ପରେ ଭବିଷ୍ୟନିଧ ଆୟୁକ୍ତ ମୌସୁମୀଲତା ପାଢୀ ନିଯୁକ୍ତିଦାତା ମାନଙ୍କର ପ୍ରଶ୍ନଗୁଡ଼ିକର ସ୍ପଷ୍ଟୀକରଣ ରଖିଥିଲେ।
ଚିତ୍ତରଞ୍ଜନ ସ୍ଵାଇଁ, ପ୍ରବର୍ତ୍ତନ ଅଧିକାରୀ ଜଗତସିଂହପୁର, ମନୋରଞ୍ଜନ ମହାପାତ୍ର, ପ୍ରବର୍ତ୍ତନ ଅଧିକାରୀ ଅନୁଗୁଳ, ଢେଙ୍କାନାଳ, ସୂର୍ଯ୍ୟନାରାୟଣ ବେହେରା, ପ୍ରବର୍ତ୍ତନ ଅଧିକାରୀ କଟକ, ରଘୁନାଥ ମହାରଣା, କଟକ ଏବଂ ଦେବେନ୍ଦ୍ର ସାହୁ, ପ୍ରବର୍ତ୍ତନ ଅଧୁକାରୀ ଯାଜପୁର ନିଯୁକ୍ତିଦାତା ମାନଙ୍କୁ ଏହି ସ୍କିମ୍ ବିଷୟରେ ଭଲ ଭାବରେ ଅବଗତ କରାଇଥିଲେ ଏବଂ ସମସ୍ତ ସନ୍ଦେହ ଦୂରୀଭୁତ କରିଥିଲେ। ଏହି ଅବସରରେ ଚିତ୍ତରଞ୍ଜନ ସ୍ବାଇଁ, ପ୍ରବର୍ତ୍ତନ ଅଧିକାରୀ, ସୂର୍ଯ୍ୟନାରାୟଣ ବେହେରା, ପ୍ରବର୍ତ୍ତନ ଅଧିକାରୀ ଉପସ୍ଥିତ ଥିଲେ।


Comments are closed.