Latest Odisha News

BREAKING NEWS

ଦୀର୍ଘ ୨୦ ବର୍ଷ ପରେ ଅଶ୍ୱଚାଳନାରେ ଭାରତ; ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କଲେ ଫୱାଦ ମିର୍ଜା

ନୂଆଦିଲ୍ଲୀ: ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତର ଫୱାଦ ମିର୍ଜା ଅଶ୍ୱଚାଳନା ପ୍ରତିଯୋଗିତାରେ ଯୋଗ୍ୟତା ଅର୍ଜନ କରିଛନ୍ତି ।
୨୦ ବର୍ଷ ପରେ ସେ ଦକ୍ଷତା ବଳରେ ଏହି ସଫଳତା ହାସଲ କରିଛନ୍ତି । ଏହା ପୂର୍ବରୁ ୱିଙ୍ଗ କମାଣ୍ଡର ଏଲେଜ ଲାମ୍ବା ୧୯୯୬ ଆଟାଲାଂଟା ଓ ଇମତିଆଜ ଅନୀସ ୨୦୦୦ ସିଡନୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

BjdElectrycity

୨୦୧୮ ଜାକର୍ତା ଏସିଆନ ଗେମ୍ସରେ ମିର୍ଜା ୩୬ ବର୍ଷ ପରେ ଭାରତ ପାଇଁ ସିଙ୍ଗଲ୍ସ ବିଭାଗରେ ପଦକ ହାସଲ କରିଥିଲେ ।

ବର୍ତ୍ତମାନ ମୁଁ କେବଳ ଯୋଗ୍ୟତା ହାସଲ କରିଛି । ଏହାକୁ କିପରି ପଦକରେ ପରିଣତ କରିବି ସେଥିନେଇ ଆପ୍ରାଣ ଉଦ୍ୟମ କରିବି ବୋଲି ଏହି ଅଶ୍ୱଚାଳକ ଜଣକ କହିଛନ୍ତି । ସେ ୪ଟି ଅଲିମ୍ପିକ କ୍ୱାଲିଫାଇ ଇଭେଂଟରେ ଭଲ ପ୍ରଦର୍ଶନ କରିବା ପରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

Leave A Reply

Your email address will not be published.