ଭୁବନେଶ୍ବର: ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନ ପତ୍ରରେ ତ୍ରୁଟି ବାହାରିଛି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର ପ୍ରଶ୍ନ ରହିଥିବା ଅଭିଯୋଗ ।
ତେବେ ବର୍ତ୍ତମାନ ଓପିଏସସି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା ଚାଲିଛି । ବିଭିନ୍ନ ସିଫ୍ଟରେ ଭାଷା ଏବଂ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ଏଥିରେ ପରୀକ୍ଷା ଦେଉଛନ୍ତି । ଏହାର ଆଜି ଶେଷ ସିଫ୍ଟରେ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ସିଫ୍ଟ ରହିଥିବା ବେଳେ ପ୍ରଶ୍ନ ପତ୍ରରେ ତ୍ରୁଟି ଥିବା ଲକ୍ଷ୍ୟ କରିଥିଲେ ପରୀକ୍ଷାର୍ଥୀ । ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର ପ୍ରଶ୍ନ ରହିଥିବା ନେଇ ଅଭିଯୋଗ ଆସିଥିଲା । ଯାହାକି ପୂର୍ଣ୍ଣ ସଂଖ୍ୟା ଠାରୁ ୬ ନଂ କମ୍ ଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ ।
ତେବେ ଏନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
Comments are closed.