Latest Odisha News

BREAKING NEWS

ଭାରତ ଯୋଡୋ ନ୍ୟାୟ ଯାତ୍ରା: କର୍ମୀଙ୍କୁ କୁକୁର ଅଇଁଠା ଦେବା ଅଭିଯୋଗ ଆଣିଲା ବିଜେପି, ଭିଡିଓ ଶେୟାର ପରେ ଅସଲ କଥା କହିଲେ ରାହୁଲ

ନୂଆଦିଲ୍ଲୀ:ଚାଳିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା। ଏହି ଯାତ୍ରା ଚାଲିଥିବା ବେଳେ ଏକ ଭିଡିଓ ଶାସକ ଶିବିରରୁ ବେଶ୍ ଭାଇରାଲ୍ ହେଉଛି। ଯେଉଁଥିରେ ରାହୁଲଙ୍କ ବ୍ୟବହାରକୁ ନେଇ ନିନ୍ଦା କରିଛି ବିଜେପି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାହୁଲ ଗାନ୍ଧି ଯାତ୍ରା ଚାଲିଥିବା ବେଳେ କୁକୁରକୁ ବିସ୍କୁଟ ଦେଉଛନ୍ତି ଖାଇବାକୁ। ଏବଂ କିଛି ସମୟ ପରେ କୁକୁର ଏହାକୁ ନା ଖାଇବାରୁ ଅଇଁଠାକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ହାତକୁ ବଢାଇ ଦେଉଛନ୍ତି। ଯାହାକୁ ନେଇ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସୋମବାର ବିଳମ୍ବିତ ରାତିରେ ସେ ‘ଭାରତ ଯୋଡ ନ୍ୟାୟ ଯାତ୍ରା’ର ଏକ ଭିଡିଓ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଶେୟାର କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ଶେୟାର କରିଥିବାବେଳେ ଅମିତ ମାଲଭିୟ ଲେଖିଛନ୍ତି, ଏବେ କିଛିଦିନ ତଳେ କଂଗ୍ରେସ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦଳର ବୁଥ ଏଜେଣ୍ଟଙ୍କ ତୁଳନା କୁକୁର ସହ କରିଥିଲେ। ଏବେ ରାହୁଲ ଗାନ୍ଧୀ ତାଙ୍କ ଯାତ୍ରାରେ ଗୋଟିଏ କୁକୁରକୁ ବିସ୍କୁଟ ଖାଇବାକୁ ଦେଉଥିବା ଦେଖାଯାଇଛି। ହେଲେ କୁକୁର ଯେତେବେଳେ ବିସ୍କୁଟ ନ ଖାଉଛି ସେତେବେଳେ ସେ ଏହାକୁ ତାଙ୍କ କର୍ମୀଙ୍କୁ ଦେଇ ଦେଉଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ‘ଯଦି ଦଳର ଅଧ୍ୟକ୍ଷ ଏବଂ ଯୁବରାଜ ନିଜ ଦଳର କର୍ମୀଙ୍କୁ କୁକୁର ଭଳି ବ୍ୟବହାର କରନ୍ତି, ତେବେ ଏପରି ପାର୍ଟି ଲୁପ୍ତ ହେବା ସ୍ବାଭାବିକ। ବିଜେପି ପକ୍ଷରୁ ହିମନ୍ତ ବିଶ୍ଵଶର୍ମା ମଧ୍ୟ ଏହାକୁ ନେଇ ଅଭିଯୋଗ ଆଣିଥିଲେ।

ଶାସକ ଦଳର ଅଭିଯୋଗ ପରେ ଅସଲ କଥା କଣ ଉପସ୍ଥାପନ କଲେ ରାହୁଲ। ସେ କହିଛନ୍ତି ମୁଁ କୁକୁର ଏବଂ ତା ମାଲିକକୁ ଡାକିଲି। କୁକୁରଟି ନର୍ଭସ ଥିଲା, ଥରି ଉଠିଲା ଏବଂ ଯେତେବେଳେ ମୁଁ ଏହାକୁ ଖାଇବାକୁ ଦେବାକୁ ଚେଷ୍ଟା କଲି, କୁକୁରଟି ଭୟଭୀତ ହେଲା। ତେଣୁ ମୁଁ କୁକୁରର ମାଲିକଙ୍କୁ ବିସ୍କୁଟ ଦେଲି ଏବଂ କୁକୁରଟି ତାଙ୍କ ହାତରୁ ଖାଇଲା। ଏହାର ଅସୁବିଧା କ’ଣ ମୁଁ ବୁଝି ପାରୁନାହିଁ। ”

ଏହି ବ୍ୟକ୍ତି କଂଗ୍ରେସ କର୍ମୀ ବୋଲି ବିଜେପିର ଅଭିଯୋଗ ବିଷୟରେ ପଚରାଯିବାରୁ ସେ କହିଛନ୍ତି, “ନା, ସେ ଜଣେ କଂଗ୍ରେସ କର୍ମୀ ନୁହଁନ୍ତି। କୁକୁରମାନଙ୍କ ପ୍ରତି ବିଜେପିର ମାତ୍ରାଧିକ ଆସକ୍ତି ମୁଁ ବୁଝିପାରୁ ନାହିଁ। କୁକୁରମାନେ ସେମାନଙ୍କୁ କିପରି କ୍ଷତି କରିଛନ୍ତି?”

ତେବେ ମଙ୍ଗବାରଠାରୁ ଓଡ଼ିଶାରେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହେଉଥିବା ବେଳେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଚାଲିବ ଯାତ୍ରା। ୩ ଦିନର ଏହି ଯାତ୍ରାରେ ସୁନ୍ଦରଗଡ଼ରେ ନିର୍ବାଚନ ବିଗୁଲ ବଜାଇବେ ରାହୁଲ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋଶରେ ଅଛି ରାଜ୍ୟ କଂଗ୍ରେସ । କିନ୍ତୁ ବିଜେଡି-ବିଜେପି ରାହୁଲଙ୍କ ଗସ୍ତକୁ କଟାକ୍ଷ କରିଛନ୍ତି । ବିଜେପି ପକ୍ଷରୁ ବିଧାୟିକା କୁସୁମ ଟେଟେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ଗସ୍ତର କୌଣସି ପ୍ରଭାବ ସୁନ୍ଦରଗଡ଼ ତଥା ଓଡ଼ିଶା ଉପରେ ପଡିବନି ।

Leave A Reply

Your email address will not be published.