Latest Odisha News

BREAKING NEWS

ମୋତେ ବି ଦୁର୍ବ୍ୟବହାର କରାଯାଇଥିଲା; ଇଶା

ନୂଆଦିଲ୍ଲୀ: ୨୦୧୨ ମସିହାରୁ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିବା ଅଭିନେତ୍ରୀ ଇଶା ଗୁପ୍ତା ପ୍ରକାଶ କରିଛନ୍ତି ଯେ, ସେ ବି ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ଏକ ଫିଲ୍ମ ସେଟ୍‌ରେ ଜଣେ ନିର୍ଦ୍ଦେଶକ ତାଙ୍କୁ ଦୁଇଥର ଦୁର୍ବ୍ୟବହାର କରିଥିଲେ।

‘କମାଣ୍ଡୋ ୨’ ଅଭିନେତ୍ରୀ କହିଛନ୍ତି ଯେ ସେ ଜଣେ ଶାନ୍ତ ସ୍ବଭାବର ମହିଳା ଏବଂ ପ୍ରଥମ ଥର ନିର୍ଦ୍ଦେଶକ ତାଙ୍କୁ ଯେତେବେଳେ ଦୁର୍ବ୍ୟବହାର କରିଥିଲେ ସେତେବେଳେ ସେ କିଛି କହିନଥିଲେ। କିନ୍ତୁ ଦ୍ବିତୀୟ ଥର ଯେତେବେଳେ ନିର୍ଦ୍ଦେଶକ ତାଙ୍କୁ ଗାଳିଗୁଲଜ କରିଥିଲେ ସେ ଚୁପ୍‌ ନରହି ଏହାର ଜବାବ ଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା ପରେ ସେ ସେଟରୁ ବାହାରକୁ ଯାଇଥିଲେ।

 

Comments are closed.