Latest Odisha News

BREAKING NEWS

ବାଦୁଡି ଯୋଗୁ ଚିନ୍ତାରେ ବିଗ୍‌ ବି

ନୂଆଦିଲ୍ଲୀ: ନିକଟରେ ଅମିତାଭ ବଚ୍ଚନ ଏକ ପ୍ରସଙ୍ଗ ସେୟାର କରିଛନ୍ତି ଯାହା ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସମସ୍ୟାରେ ପକାଇଛି। ତାଙ୍କ ବ୍ଲଗରେ ବିଗ୍ ବି ପ୍ରକାଶ କରିଛନ୍ତି ଯେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ବେ ବାଦୁଡିମାନେ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନ ଜଲସା ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହା ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି। ତେଣୁ ସେ ବାଦୁଡିମାନଙ୍କଠାରୁ କିଭଳି ମୁକ୍ତି ପାଇପାରିବେ ସେ ନେଇ ପ୍ରଶଂସକଙ୍କଠାରୁ ପରାମର୍ଶ ମାଗିଥିଲେ।

ବାଦୁଡିମାନଙ୍କଠାରୁ ଦୂରେଇ ରଖିବା ପାଇଁ ସେ ଏବଂ ତାଙ୍କ ପରିବାର ଯେଉଁ ପଦକ୍ଷେପ ନେଇଥିଲେ ତାହା ମଧ୍ୟ ସେ ଜଣାଇଥିଲେ ଏବଂ କିଛି ପରାମର୍ଶ ମାଗିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଆମେ ବିଭିନ୍ନ ପ୍ରକାରର ଆବଶ୍ୟକୀୟ ଜିନିଷ ବ୍ୟବହାର କରିସାରିଛୁ। ସ୍ମୋକ୍ଡ୍‌ କରିଛୁ, ସାନିଟାଇଜର ବି ବ୍ୟବହାର କରିସାରିଛୁ ତଥାପି ସେମାନଙ୍କର ଆକ୍ରମଣ ଜାରି ରହିଥିବା ସେ କହିଛନ୍ତି ଏବଂ ଏଥିପାଇଁ ଜରୁରୀ ପରାମର୍ଶ ମଧ୍ୟ ମାଗିଛନ୍ତି।

Leave A Reply

Your email address will not be published.