ନୂଆଦିଲ୍ଲୀ: ଗର୍ଭବତୀ ମହିଳାଙ୍କ ପାଇଁ ମୋଦୀ ସରକାରଙ୍କ ବଡ ଉପହାର । ଇଏସ୍ଆଇସିର ଲାଭାର୍ଥୀ ଭର୍ଗବତୀ ମହିଳାଙ୍କୁ ମିଳୁଥିବା ଚିକିତ୍ସା ଖର୍ଚ୍ଚର ଅର୍ଥରାଶିକୁ ବଢ଼ାଇଛନ୍ତି ସରକାର । ଫଳରେ ଇଏସ୍ଆଇସିର ପରିସରଭୁକ୍ତ ବାହାରେ ଥିବା ମେଡିକଲରେ ଚିକିତ୍ସା କରାଉଥିବା ମହିଳାଙ୍କୁ ୫୦ ପ୍ରତିଶତ ଅଧିକ ଟଙ୍କା ଦେବେ କେନ୍ଦ୍ର ସରକାର ।
ସୂଚନା ମୁତାବକ, ଗର୍ଭବତୀ ମହିଳାଙ୍କ ପାଇଁ ଖର୍ଚ୍ଚ କରାଯାଉଥିବା ପ୍ରସୂତି ଖର୍ଚ୍ଚକୁ ବଢ଼ାଇ ୭,୫୦୦ ଟଙ୍କା କରିବା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏବେ ଏହା ୫ ହଜାର ଟଙ୍କା ରହିଛି । ଏହାର ଫାଇଦା କେବଳ ସେହି ମହିଳାଙ୍କୁ ମିଳିବ ଯେଉଁ କର୍ମଚାରୀ ରାଜ୍ୟ ବୀମା ନିଗମର ଲାଭାର୍ଥୀ ହୋଇଥିବେ । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ଦରଦାମର ଅହେତୁକ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଗର୍ଭବତୀ ମହିଳାଙ୍କୁ ମିଳୁଥିବା ପ୍ରସୂତି ଖର୍ଚ୍ଚକୁ ୫ ହଜାର ଟଙ୍କାରୁ ୭,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏବେ ଦେଶବ୍ୟାପୀ ଇଏସ୍ଆଇସିର ୧୫୦ରୁ ଅଧିକ ହସ୍ପିଟାଲ ରହିଛି । ଏହି ହସ୍ପିଟାଲରେ ସାମାନ୍ୟଠୁ ନେଇ ଗୁରୁତର ରୋଗୀଙ୍କ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି ।
BREAKING NEWS
- ମୁମ୍ବାଇ କ୍ରିକେଟ୍ ଆସୋସିଏସନର ବଡ଼ ନିଷ୍ପତ୍ତି: ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ
- ହିଣ୍ଡାଲ୍କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣି; ମିଳିଲା ପ୍ରବଳ ଜନ ସମର୍ଥନ
- ବୁଡ଼ିଲା ପୋଲ..ମାଲକାନଗିରି -କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ;ଏପଟେ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
- ଆସୁଛି ପାର୍ବଣ ଋତୁ… ବିଦ୍ୟୁତ ସୁରକ୍ଷା ନେଇ ସତର୍କତାମୂଳକ ନିର୍ଦ୍ଦେଶାବଳୀ ଜାରି କଲା ଟିପିଏସ୍ଓଡିଏଲ୍
- ଗୋଡ଼ ବାରମ୍ବାର ଝିମ୍ଝିମ୍ ହେଉଛି କି? ପିମ୍ପୁଡ଼ି ଚାଲିଲା ଭଳି ଲାଗୁଥିଲେ ଜାଣନ୍ତୁ ପ୍ରକୃତ କାରଣ ଓ ଘରୋଇ ଉପଚାର
- ଅଣ୍ଡା ଚୋପା ଛଡ଼ାଇବାରେ ହେଉଛି କି ଅସୁବିଧା? ପାଣିରେ ମିଶାନ୍ତୁ ଏହି ଗୋଟିଏ ଜିନିଷ, ସହଜରେ ବାହାରି ଆସିବ ଚୋପା
- ରିଲ୍ସ କରି ବନ୍ଧା ହେଲେ ୮ ଜଣ; ହାତରେ ଛୁରି ଧରି ଭିଡ଼ିଓ…
- ବିଶ୍ୱ ବାଣିଜ୍ୟ ପାଇଁ ସମୁଦ୍ର ପଥର ସୁରକ୍ଷା ଜରୁରୀ: ବ୍ରିକ୍ସ ମଞ୍ଚରୁ ଆମେରିକା ଓ ଇରାନକୁ ମୋଦିଙ୍କ ପରୋକ୍ଷ ବାର୍ତ୍ତା
- ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ତେଲକୋଇ ବିଧାୟକ ଫକୀର ମୋହନ ନାଏକ
- ରାଜସ୍ୱ ପର୍ଷଦର ନୂଆ ୱେବସାଇଟ୍ ଲୋକାର୍ପିତ: ମାମଲା ଫଇସଲା ହେବ ତ୍ୱରିତ ଓ ସ୍ୱଚ୍ଛ

Comments are closed.