Latest Odisha News

BREAKING NEWS

କିଏ ଏହି ଶାର୍ପ ଶୁଟର ମହିଳା, ଯାହାକୁ ରୁଷିଆ ସେନାର ପ୍ରାଣ ଭୟ

କୀଭ: ରୁଷ ଆକ୍ରମଣରୁ ଦେଶକୁ ବଂଚାଇବା ପାଇଁ ୟୁକ୍ରେନ ସେନା ଆପ୍ରାଣ ଉଦ୍ୟମ କରୁଛି । ଏହି ଲଢ଼େଇରେ ୟୁକ୍ରେନର ସାଧାରଣ ନାଗରିକ ଓ ମହିଳାମାନେ ମଧ୍ୟ ଭାଗ ନେଉଛନ୍ତି । ଚାରକୋଲ ନାମକ ଜଣେ ମହିଳା ସ୍ନାଇପର ଏବେ ଏଠାରେ ଜାତୀୟ ହୀରୋ ପାଲଟିଛି କହିଲେ ଭୁଲ ହେବନି । ସୁରକ୍ଷା ଦୃଷ୍ଟି କୋଣରୁ ଏହି ମହିଳାଙ୍କ ପରିଚୟ ଏବଂ ନାମ ଯଥାସମ୍ଭବ ଗୁପ୍ତ ରଖାଯାଉଛି । ପୁରୁଷ ସେନାଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଚାରକୋଲ ଗୋଟିଏ ପରେ ଗୋଟିଏ ରୁଷଙ୍କ ସେନା କାଳ ସାଜୁଛନ୍ତି । ୨୦୧୭ରେ ଏହି ମହିଳା ସ୍ନାଇପର ଜଣଙ୍କ ସେନାରୁ ବାଧ୍ୟତାମୂଳକ ଅବସର ନେଇଥିଲେ । ଦେଶ ଉପରେ ବିପଦ ଆସିବାରୁ ସେ ପୁନର୍ବାର ଅସ୍ତ୍ର ଧରିଛନ୍ତି । ରୁଷ ସେନାଙ୍କ ନିକଟରେ ସେ ଲେଡି ଡେଥ ଭାବେ ମଧ୍ୟ ପରିଚିତ ।

ସୂଚନାଯୋଗ୍ୟ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଲ୍ୟୁଡମିଲା ପାଭେଲଚେଂଙ୍କ ୩୦୦ରୁ ଅଧିକ ନାଜି ସୈନିକଙ୍କୁ ମାରିଥିଲେ । ତାଙ୍କ ସହ ଚାରକୋଲଙ୍କୁ ତୁଳନା କରାଯାଉଛି । ଏହା ପୂର୍ବରୁ ୟୁକ୍ରେନ ସେନା ରୁଷର କେତେକ ମହିଳା ସ୍ନାଇପରଙ୍କୁ ଧରିଥିଲେ । ୟୁକ୍ରେନ ସେନା ଏବଂ ନାଗରିକଙ୍କ ଦେଶଭକ୍ତି ଧିରେ ଧିରେ ରୁଷ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଲାଗିଲାଣି ।

Leave A Reply

Your email address will not be published.