Latest Odisha News

BREAKING NEWS

ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ ତାରିଖ, ୨୦ ବଦଳରେ ୨୧ରୁ ହେବ ଖାତା ଦେଖା

ଭୁବନେଶ୍ୱର: ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ ତାରିଖ। ମେ’ ୨୦ ପରିବର୍ତ୍ତେ ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ଆଜି ଲୋକ ସେବା ଭବନରେ ସକାଳ ୧୧ ଟା ୩୦ରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏସଂପର୍କରେ ବୈଠକ ବସି ଚୁଡାନ୍ତ ନିଷ୍ପତ୍ତି ହୋଇଛି। ସାମୁଦ୍ରିକ ଝଡ ଅମ୍ଫାନ ପାଇଁ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁଥିବା ମାଟ୍ରିକ ଖାତା ମୂଲ୍ୟାୟନ ଘୁଞ୍ଚାଯାଇଛି।

ସେହିପରି ଏକକାଳୀନ ସମସ୍ତ ୬ଟି ଯାକ ବିଷୟର ମୂଲ୍ୟାୟନ ନକରି ୩ଟି ଲେଖାଏଁ ବିଷୟର ମୂଲ୍ୟାୟନ ପର‌୍ୟ୍ୟାୟକ୍ରମେ କରାଯିବାକୁ ଧାର‌୍ୟ୍ୟ ହୋଇଛି। ଯାହାଦ୍ୱାରା ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ। ବୋର୍ଡ଼ ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏନେଇ ଅବଗତ କରାଯାଇଛି।

ଅନ୍ୟପକ୍ଷରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଅବଶିଷ୍ଟ ୨୩ଟି ବିଷୟର ପରୀକ୍ଷା ଜୁଲାଇ ୧ରୁ ୧୫ ଭିତରେ ଅନୁଷ୍ଠିତ ହେବ। ଲକ ଡାଉନ କାରଣରୁ ଯୁକ୍ତ୨ର ୨୩ ବିଷୟର ପରୀକ୍ଷା ହୋଇପାରି ନଥିଲା। ସେହିପରି ଯୁକ୍ତ୨ର ସରିଯାଇଥିବା ବିଷୟଗୁଡିକର ପରୀକ୍ଷାର ଉତ୍ତର ଖାତା ଦେଖା ଜୁନ ୧ରୁ ଆରମ୍ଭ ହେବ।

Comments are closed.