Latest Odisha News

BREAKING NEWS

ଏପ୍ରିଲ ୨ରୁ ଯୁକ୍ତ ଦୁଇ ଖାତା ଦେଖା: ମେ’ ମାସରେ ପ୍ରକାଶ ପାଇବ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତକାଲି ଅର୍ଥାତ ଶନିବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଶେଷ ହେବ । ଏପ୍ରିଲ ୨ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ଦେଖା । ଏହାପରେ ୬୦ ଦିନ ମଧ୍ୟରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଖାତା ମୂଲ୍ୟାୟନ ପାଇଁ ୧୫୧ ମୂଲ୍ୟାୟନ କେନ୍ଦ୍ର ସହିତ ୧୬ ହଜାର ଅଧ୍ୟାପକ ନିୟୋଜିତ ହୋଇଛନ୍ତି ।

ସିଏଚ୍ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି ଯେ, ଆସନ୍ତା ଏପ୍ରିଲ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ । ବିଶେଷ କରି ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ମୋଟ୍ ଆକାରରେ ଚଳିତ ବର୍ଷ ଯୁକ୍ତ ଦୁଇରେ ୨୫ ଲକ୍ଷ ଖାତା ମୂଲ୍ୟାୟନ ହେବ । ଏପ୍ରିଲ୍ ମାସ ଶେଷ ସୁଦ୍ଧା ଖାତା ଦେଖା ଶେଷ ହେବା ସହିତ ମେ ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଶ୍ରୀଯୁକ୍ତ ପରିଡ଼ା ଆହୁରି ମଧ୍ୟ କହିଛନ୍ତି ଯେ,”ଯୁକ୍ତ ଦୁଇ ଖାତା ଉଭୟ ଅଫଲାଇନ ଓ ଅନଲାଇନରେ ଦେଖା ହେବ । ତେବେ ମୋଟ ୨୫ ଲକ୍ଷ ଖାତା ମୂଲ୍ୟାୟନ କରାଯିବ । ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଧ୍ୟାପକଙ୍କ ପାଇଁ ପାନୀୟ ଜଳଠୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା କରାଯିବ । ସେପଟେ ମେ ମାସରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ସିଏଚ୍ଏସ୍ଇ ।

Leave A Reply

Your email address will not be published.