Latest Odisha News

BREAKING NEWS

ଇଞ୍ଜିନ କାମ ନକଲେ ବି ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ: ଇସ୍ରୋ ଅଧ୍ୟକ୍ଷ

ଦିଲ୍ଲୀ: ମୁନ୍ ମିଶନରେ ଆଗକୁ ବଢୁଛି ଚନ୍ଦ୍ରଯାନ-୩ । ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଛି  । ୨୩ ତାରିଖରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରହିଛି । ଏସବୁ ପ୍ରକ୍ରିୟା ଭିତରେ ଇସ୍ରୋ ମୁଖ୍ୟ ଏସ୍.ସୋମନାଥ ଏକ ବଡ ବୟାନ ଦେଇଛନ୍ତି । ଏଥର ଯେକୌଣସି ପରିସ୍ଥିତିରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ ।

ଯଦି ସବୁ କିଛି ଫେଲ ମାରେ କିମ୍ବା ଚନ୍ଦ୍ରଯାନର ସବୁ ସେନସର କାମ ନ କରେ ତାହାଲେ ବି ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ  । କାରଣ ତାକୁ ସେଭଳି ଡିଜାଇନ କରାଯାଇଛି  । ଯାହା ବିଫଳତାକୁ ପ୍ରତିହତ କରିବାର ସାମର୍ଥ୍ୟ ରଖିଛି । ଚନ୍ଦ୍ରଯାନ-୩ର ପ୍ରପୁଲସନ ସିଷ୍ଟମ ଭଲ ଭାବରେ କାମ କରୁଛି  । ଯାହାକି ଲ୍ୟାଣ୍ଡରକୁ ଚନ୍ଦ୍ରର କକ୍ଷପଥକୁ ନେବ । ଏଥର ବିକ୍ରମର ଦୁଇଟି ଇଞ୍ଜିନ କାମ ନ କରିପାରିଲେ ବି ଲ୍ୟାଣ୍ଡିଂ କରିବାରେ ସଫଳ ହେବ ବୋଲି କହିଛନ୍ତି ଏସ୍.ସୋମନାଥ । ସେ ଆହୁରି ମଧ୍ୟ ସେ କହିଛନ୍ତି ଇନ୍ଧନ ଖର୍ଚ୍ଚ ହ୍ରାସ , ଦୂରତା ଗଣନା ଓ ସମସ୍ତ ଆଲଗୋରିଦମ୍ ସଠିକ୍ ଭାବରେ କାମ କରୁଛି କି ନାହିଁ , ତାହା ସୁନିଶ୍ଚିତ କରିବା ଆମ ପକ୍ଷେ ବହୁତ ଚ୍ୟାଲେଞ୍ଜିଂ ରହିଛି ।

ସୂଚନା ଯୋଗ୍ୟଯେ, ଜୁଲାଇ ୧୪ ତାରିଖରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲା ଚନ୍ଦ୍ରଯାନ-୩ । ପୃଥିବୀ କକ୍ଷପଥରେ ପରିକ୍ରମା କରିବା ପରେ ଗତ ୫ ତାରିଖରେ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଆସନ୍ତା ୧୪ ଓ ୧୬ ତାରିଖରେ ଚନ୍ଦ୍ରଯାନ-୩ ନିଜ କକ୍ଷପଥ ପରିବର୍ତ୍ତନ କରିବାର ସୂଚନା ରହିଛି । ଏହାପରେ ଏହା ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରଖିଛି  ।

 

Leave A Reply

Your email address will not be published.