Latest Odisha News

BREAKING NEWS

କାଳ ସାଜିଲା ଭୁଲ ଇଞ୍ଜେକସନ : ଚାଲିଗଲା ରୋଗୀର ଜୀବନ

ଜଳେଶ୍ବର : ସରକାର ରୋଗୀ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନା କରୁଛନ୍ତି  । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ହାତୀଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ରୋଗୀର ଜୀବନ  ଚାଲିଯାଇଛି । ମୃତକ ରୋଗୀ ଜଣକ ହେଉଛନ୍ତି ଶଙ୍ଖାଭଙ୍ଗା ଗାଁର ଗଙ୍ଗାଧର ମହାନ୍ତ ।

ସୂଚନା ଅନୁଯାୟୀ, ଗତକାଲି ଗଙ୍ଗାଧରଙ୍କର ହଠାତ ପେଟ ବ୍ୟଥା ହେବାରୁ ତାଙ୍କୁ ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟେକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ବିଳମ୍ବିତ ରାତିରେ ଗଙ୍ଗାଧରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ପରିବାର ଲୋକେ ଜଣେ ନର୍ସଙ୍କୁ ଜଣାଇଥିଲେ । ପରେ ନର୍ସ ଆସି ଗଙ୍ଗାଧରଙ୍କୁ ଏକ ଇଞ୍ଜେକସନ ଦେଇଥିଲେ । ମାତ୍ର ଇଞ୍ଜେକସନ ଦେବାର କିଛି ସମୟ ପରେ ଗଙ୍ଗାଧରଙ୍କର ମୃତ୍ୟୁ ଘଟିଥିଲା । ତେବେ ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଗଙ୍ଗାଧରଙ୍କ ଜୀବନ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିବାବେଳେ ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି  । କ୍ଷତିପୂରଣ ଦାବି କରି ପରିବାର ଲୋକେ ଗଙ୍ଗାଧରଙ୍କ ମୃତଦେହ ରଖି ଧାରଣାରେ ବସିଛନ୍ତି ।

 

Leave A Reply

Your email address will not be published.