Latest Odisha News

BREAKING NEWS

ଏଭରେଷ୍ଟ ମାଛ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ସମସ୍ତ ମସଲା ଫେରାଇ ନେବାକୁ ନିର୍ଦ୍ଦେଶ ଦେଲା ସିଙ୍ଗାପୁର

ନୂଆଦିଲ୍ଲୀ: ପ୍ରଥମେ ନେସଲେ ପରେ ଏବେ ଏଭରେଷ୍ଟ ମସଲାକୁ ନେଇ ବିବାଦ ଦେଖାଦେଇଛି । ଭାରତରେ ପ୍ରତ୍ୟେକ ଘରେ ଘରେ ଖାଦ୍ୟକୁ ସ୍ବାଦିଷ୍ଟ କରିବାକୁ ବ୍ୟବହୃତ ହେଉଥିବା ଏଭରେଷ୍ଟର ମାଛ ମସଲାକୁ ସିଙ୍ଗାପୁର ସରକାର ଫେରାଇଦେଇଛନ୍ତି । ସିଙ୍ଗାପୁର ଫୁଡ୍ ଏଜେନ୍ସି ନିର୍ଦ୍ଦେଶରେ କୁହାଯାଇଛି ଯେ, ଏହି ମାଛ ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡର ପରିମାଣ ଗ୍ରହଣୀୟ ସୀମା ଠାରୁ ଅଧିକ ଥିବା ଜଣାପଡିଛି ।

ଏନେଇ ସିଙ୍ଗାପୁର ସରକାର ବଜାରରେ ଥିବା ଏଭେରେଷ୍ଟର ସମସ୍ତ ମାଛ ମସଲାକୁ ଫେରାଇ ନେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି । ହଂଗକଂଗ ଖାଦ୍ୟ ସୁରକ୍ଷା ବିଭାଗର ଏକ ଅଧିସୂଚନା ଜାରି କରିବା ପରେ ସିଙ୍ଗାପୁର ସରକାରଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡର ଉପସ୍ଥିତି ଅଧିକ ରହିଛି ଯାହା ମାନବ ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ ।

ସିଙ୍ଗାପୁର ଫୁଡ୍ ଏଜେନ୍ସି (ଏସଏଫଏ) ତାର ଏକ ବୟାନରେ କହିଛି କି, ହଂଗକଂଗ ସ୍ଥିତ ଖାଦ୍ୟ ସୁରକ୍ଷା କେନ୍ଦ୍ର ତରଫରୁ ଏଭେରେଷ୍ଟ ମାଛ ମସଲାରେ ଏଥିଲିନ ଅକ୍ସାଇଡର ମାତ୍ରା ଅଧିକ ଥିବା ସୂଚନା ଦେଇଥିଲା । ସିଙ୍ଗାପୁର ନିୟମ କ୍ରମରେ ମସଲାର ଗୁଣବତ୍ତା ବୃଦ୍ଧି କରିବାକୁ ସେଥିରେ ଏଥିଲିନ୍ ଅକ୍ସାଇଡ ମିସାଇବାର ପ୍ରାବଧାନ ରହିଛି । ହେଲେ ଏଭେରେଷ୍ଟ ମାଛ ମସଲାରେ ଏହାର ପରିମାଣ ଅଧିକ ରହିଛି । ଯାହା ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହାନୀକାରକ । ଏଥିଲିନ୍ ଅକ୍ସାଇଡ୍ ଖାଇବା ଦ୍ୱାରା ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ ।

Leave A Reply

Your email address will not be published.